rahul-bharat-jodo-ani1699363917148

ହାଇବ୍ରିଡ୍ ମୋଡ୍‌ରେ ହେବ କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା ଆସନ୍ତା ଡିସେମ୍ବରରୁ ଆରମ୍ଭ ହୋଇ ୨୦୨୪ ଫେବ୍ରୁଆରୀରେ ସରିବ। ରାହୁଲ ଗାନ୍ଧି ଗୁଜରାଟର ପୋରବନ୍ଦରରୁ ଯାତ୍ରା ଆରମ୍ଭ କରି ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲା ଅନ୍ତର୍ଗତ ପର୍ଶୁରାମ କୁଣ୍ଡରେ ଶେଷ କରିବେ। ତେବେ ଏଥରର ଯାତ୍ରା ହାଇବ୍ରିଡ୍ ମୋଡ୍‌ରେ ହେବ। ଅର୍ଥାତ୍ ଯାତ୍ରା କେବଳ ପାଦରେ ନୁହେଁ, ଏଥିପାଇଁ ବାହନ ମଧ୍ୟ ବ୍ୟବହୃତ ହେବ। 

ଯାତ୍ରୀମାନେ କିଛିବାଟ ଯାନବାହନ ଯୋଗେ ଯିବେ। ତେଣୁ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡି ଯାତ୍ରା ପୂର୍ବ ଯାତ୍ରାଠାରୁ ଅନେକାଂଶରେ ଭିନ୍ନ ହେବ। ରୁଟ୍ ଚାର୍ଟ ଅଗଷ୍ଟ ମାସରେ ମହାରାଷ୍ଟ୍ର ପିସିସି ଅଧ୍ୟକ୍ଷ ନାନା ପଟୋଲେ ଘୋଷଣା କରିଥିଲେ।

 

ଅନ୍ୟମାନଙ୍କୁ ଜଣାନ୍ତୁ।