You are currently viewing ଆକାଶରେ ଜନ୍ମନେଲା ପୁତ୍ର ସନ୍ତାନ; ଲାଇଫଟାଇମ୍ ପାଇଁ ଫ୍ରି ହେଲା ଯାତ୍ରାସୁବିଧା

ଆକାଶରେ ଜନ୍ମନେଲା ପୁତ୍ର ସନ୍ତାନ; ଲାଇଫଟାଇମ୍ ପାଇଁ ଫ୍ରି ହେଲା ଯାତ୍ରାସୁବିଧା

ନୁଆଦିଲ୍ଲୀ, ଦିଲ୍ଲୀରୁ ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବାବେଳେ, ଜଣେ ମହିଳା ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ସୂଚନାଥାଉକି, ହଠାତ୍ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ମଝି ଆକାଶରେ ଏଭଳି ହେବା କାରଣରୁ ଇଣ୍ଡିଗୋ କର୍ମଚାରୀଙ୍କ ସହାୟତାରେ ଏକ ଡାକ୍ତରଦଳ ମହିଳାଙ୍କ ପ୍ରସବ କରାଇଥିଲେ ।

ଅବତରଣ ପରେ ଉଭୟ ମା ଓ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନେ ଦୁହେଁ ସୁସ୍ଥଥିବା ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ଶିଶୁଟିକୁ ଉପହାର ସଦୃଶ ଲାଇଫ ଟାଇମ ବିନା ଟିକେଟ୍ରେ ଯାତ୍ରା କରିବାକୁ ସୁଯୋଗ ମିଳିଛି । ଏବେ ଏହି ଘଟଣା ଓ ଫଟୋ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।