You are currently viewing ବେବି ପାଉଡ଼ରରେ ଅଛି ଅନେକ ଫାଇଦା । ଜାଣନ୍ତୁ କେମିତି ବ୍ୟବହାର କରିବେ…

ବେବି ପାଉଡ଼ରରେ ଅଛି ଅନେକ ଫାଇଦା । ଜାଣନ୍ତୁ କେମିତି ବ୍ୟବହାର କରିବେ…

ସାଧାରଣତଃ ଛୋଟପିଲାଙ୍କ କ୍ଷେତ୍ରରେ ବେବି ପାଉଡ଼ର ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ପାଉଡ଼ରକୁ ବଡ଼ ଲୋକମାନେ ମଧ୍ୟ ବ୍ୟବହାର କରିପାରିବେ । ଖାଲିଯେ ତ୍ୱଚାରେ ଲଗାଇବା ପାଇଁ ତାନୁହେଁ, ବିଭିନ୍ନ ସମସ୍ୟାର ସମାଧାନ କରିଥାଏ ଏହି ବେବି ପାଉଡ଼ର ।


ଯଦି ଆପଣଙ୍କଘରେ କିମ୍ବା ଶୋଇବା ବେଡ୍‌ରେ ପିମ୍ପୁଡ଼ି ହେଉଛନ୍ତି, ତେବେ ତା ଉପରେ କିଛି ବେବି ପାଉଡ଼ର ଛିଞ୍ଚି ଦିଅନ୍ତୁ । ଦେଖିବେ କିଛି ସମୟ ମଧ୍ୟରେ ପିମ୍ପୁଡ଼ି ସେଠାରୁ ଦୂରେଇ ଯିବେ ।


ସବୁଦିନ ବ୍ୟବହାର କରୁଥିବା ଅର୍ଣ୍ଣାମେଣ୍ଟକୁ ଗୋଟିଏ ସ୍ଥାନରେ କିଛିଦିନ ରଖିବା ଦ୍ୱାରା ସେଗୁଡ଼ିକ ପରସ୍ପର ସହ ଛନ୍ଦି ହୋଇଯାଇଥାନ୍ତି । ତାକୁ କାଢ଼ିବା ପାଇଁ କଷ୍ଟ ମଧ୍ୟ ହୋଇଥାଏ । ସେହି କ୍ଷେତ୍ରରେ ବେବି ପାଉଡ଼ର ଭଲ କାମ ଦେଇଥାଏ । କିଛି ମାତ୍ରାରେ ପାଉଡ଼ର ସେହି ଅର୍ଣ୍ଣାମେଣ୍ଟ ଉପରେ ଛିଞ୍ଚିଦେବେ, ଦେଖିବେ ଅତି ସହଜରେ ଆପଣ ଛନ୍ଦି ହୋଇଥିବା ଜିନିଷ ଖୋଲିପାରିବେ ।


ସାର୍ଟ, ପ୍ୟାଣ୍ଟ କିମ୍ବା କୌଣସି ପୋଷାକରେ ଯଦି ତେଲର ଛିଟା ପଡ଼ିଯାଇଥାଏ, ତେବେ ଆପଣ ଉକ୍ତ ସ୍ଥାନରେ ବେବି ପାଉଡ଼ର ପକାଇ ପ୍ରଥମେ ଘଷିବେ ଓ ପରେ ଧୋଇନେବେ, ଦେଖିରେ ତେଲର ଛିଟା ଦାଗ ସେହି ସ୍ଥାନରୁ ଉଭେଇଯିବ ।


ଯାହାର କେଶ ତେଲିଆଯୁକ୍ତ ଥିବ ଏବଂ ସବୁ ସମୟରେ ସାମ୍ପୋ କରିପାରୁନଥିବେ, ସେହି କ୍ଷେତ୍ରରେ ଆପଣ ବେବି ପାଉଡ଼ର ସ୍କାଲ୍ପରେ ଛିଞ୍ଚି କେଶ ସଜାଡ଼ି ପାରିବେ । ଦେଖିରେ ଚିପଚିପା ଦୂର ହୋଇଯିବ । ପରେ ସାମ୍ପୋକଲେ ତାହା ସିଲ୍କ ଦେଖାଯିବ ।


ଯଦି କାଜଲ ଲଗେଇବାକୁ ପସନ୍ଦ କରୁଛନ୍ତି, କିନ୍ତୁ ଆପଣ ଲଗେଇବା ଦ୍ୱାରା କାଜଲ ଚାରିଆଡ଼େ ସ୍ପ୍ରେଡ଼ ହୋଇଯାଉଛି, ତେବେ ସେହି କ୍ଷେତ୍ରରେ କାଜଲ ଲଗାଇବାପରେ ଅଳ୍ପ ମାତ୍ରାରେ ବେବି ପାଉଡ଼ର ଆଣି ଆଖିର ଚାରିପାଖରେ ହାଲ୍‌କାରେ ଲଗେଇ ଦିଅନ୍ତୁ । ଦେଖିବେ ବହୁତ ସୁନ୍ଦର ଭାବରେ ଆପଣଙ୍କ ଆଖିରେ କାଜଲ ଚମକିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।