buta chhatua

ଶୀତ ଋତୁରେ ଖାଆନ୍ତୁ ବୁଟ ଛତୁଆ, ମିଳିଥାଏ ଚମତ୍କାର ଲାଭ

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ କହିଲେ ଛତୁଆ, ଚୁଡା କଦଳୀ ଓ ପଖାଳ ଭାତ l ଏହା ପ୍ରାୟ ସମସ୍ତ ଓଡ଼ିଆ ଘରେ ଚିର ପରିଚିତ ଖାଦ୍ୟ ଅଟେ l ବିଶେଷ ଭାବେ ଛତୁଆ ଏହି ଖାଦ୍ୟ ମାନଙ୍କ ମଧ୍ୟରୁ ଅଧିକ ଚାହିଦା ନେଇଥାଏl କାହିଁକି ନା ପିଲା ସ୍କୁଲ ହେଉ କିମ୍ବା କଲେଜ ଯିବା ପୂର୍ବରୁ ଛତୁଆ ଗୋଳେଇ ଖାଇଦେଇଥାନ୍ତି l ଛତୁଆ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନ ଲାଗିବ ସହ ଏହାକୁ ଖାଇବାକୁ ଖୁବ କମ ସମୟ ଲାଗିଥାଏ l ଏଥି ସହ କେତେବେଳେ ଯଦି ଜୋରେ ଭୋକ ଲାଗେ କିଛି ନ ଥିଲେ ଛତୁଆ ଟିକେ ଗୋଳେଇ ପିଇଦେଇ ଥାଉl ଏହା ଶରୀର ପାଇଁ ସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ l

ତେବେ ଆସନ୍ତୁ ଜାଣିବା ବୁଟ ଛତୁଆ ଖାଇବାର ଚମତ୍କାର ଲାଭ :-

ପୋଷଣ ତତ୍ତ୍ୱରେ ଭରପୁର 

ବୁଟ ଛତୁଆରେ ଭରପୁର ପୋଷଣ ରହିଥାଏl ବୁଟକୁ ଶୁଖାଇ ଭଜା ଯାଇଥାଏ, ଯାହାଦ୍ୱାରା ଏଥିରେ ଥିବା ପୋଷାକ ତତ୍ୱ ଠିକ ଭାବେ ରହିଥାଏl ବୁଟ ଛତୁଆରେ ପ୍ରୋଟିନ, କ୍ୟାଲସିୟମ, ଫାଇବର, ଆଇରନ, ମଗ୍ନେସିୟମ, ମଙ୍ଗନିଜ ଭଳି ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଥାଏ l ଏହା ଗୋଟିଏ ଭଲ ପ୍ରୋଟିନର ସ୍ରୋତ ଅଟେ l ବୁଟ ଛତୁଆକୁ ଶକ୍ତିର ପାୱାର ହାଉସ ବୋଲି ମଧ୍ୟ କୁହାଯାଇଥାଏ l

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ

ଆଜିକାଲି ମୋଟାପା ଗୋଟିଏ ବଡ଼ ସମସ୍ୟା, ଖରାପ ଲାଇଫ ଷ୍ଟାଇଲ ଓ ଅନହେଲଦି ଖାଦ୍ୟ ଯୋଗୁଁ ଅଧିକ ଓଜନ ବୃଦ୍ଧିର ଶିକାର ହୋଇଥାଉl କିନ୍ତୁ ବୁଟ ଛତୁଆ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଏହା କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଅଟେl ଏହାକୁ ଖାଇବା ଦ୍ୱାରା ଭୋକ ଲାଗି ନ ଥାଏl ତେଣୁ ଓଜନ ହ୍ରାସରେ ମଧ୍ୟ ସାହାଯ୍ୟ କରିଥାଏl

ରକ୍ତ ସର୍କରାକୁ ନିୟନ୍ତ୍ରଣ କରେ

ବୁଟ ଛତୁଆ ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକରl ଏଥିରେ କାର୍ବୋହାଇଟ୍ରେଡ ଖୁବ କମ ମାତ୍ରାରେ ରହିଥାଏ ଏବଂ ଧୀରେ ଧୀରେ ହଜମ ହୋଇଥାଏl ବ୍ଲଡ଼ ଶୁଗର ସ୍ତର ସନ୍ତୁଳନ ରହିଥାଏ l ଏହା ମଧୁମେହ ରୋଗୀ ଙ୍କ ପାଇଁ ଗୋଟିଏ ଭଲ ସ୍ରୋତ ଅଟେ l

ଅନ୍ୟମାନଙ୍କୁ ଜଣାନ୍ତୁ।