You are currently viewing ସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର

ସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର

ପ୍ରିୟ ଫଳ ଆମ୍ବ । ଫଳର ରାଜା ଭାବରେ ପରିଗଣିତ । କଞ୍ଚା ଓ ପାଚିଲା ଉଭୟ ସ୍ୱାଦିଷ୍ଟ । ଏଥିରେ ଖଟା ଓ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୁଏ । କିନ୍ତୁ ଆପଣ ଜାଣନ୍ତି କି, ଖାଲି ଫଳ ନୁହେଁ, ଏହାର ପତ୍ର ମଧ୍ୟ ଭାରି ଉପକାରୀ । ଶରୀରର ବିଭିନ୍ନ ରୋଗକୁ ଭଲ କରିଥାଏ । ସାଧାରଣତଃ ଏହାର ପତ୍ର ପୂଜାରେ ବ୍ୟବହୃତ ହୁଏ କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ଅଛି ଏବଂ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ । ଆମ୍ବ ପତ୍ର କେଶ ପାଇଁ ଅତ୍ୟନ୍ତ ଉପଯୋଗୀ । ଏହା କେଶକୁ ଶକ୍ତିଶାଳୀ କରିଥାଏ ଏବଂ କେଶ ଝଡ଼ିବା ବନ୍ଦ କରିଦିଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ତତ୍ତ୍ୱ ଥାଏ, ଯାହା କେଶକୁ ସୁସ୍ଥ ରଖେ । ଆମ୍ବ ପତ୍ର ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହାର ପତ୍ରକୁ ଫୁଟାଇ କାଢା ଭାବରେ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଆମ୍ବ ପତ୍ରକୁ ରାତାରାତି ଭିଜାଇ ପରଦିନ ସକାଳେ ଖାଲି ପେଟରେ ପାଣି ପିଇଲେ ଏହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଭଲ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି କରିଥାଏ ।

ଏକ ଚାମଚ ଆମ୍ବ ପତ୍ର ପାଉଡରକୁ ପାଣିରେ ମିଶାଇ ରାତିସାରା ରଖିବା ପରେ ସକାଳେ ପିଅନ୍ତୁ । କିଡନୀ ରେ ଷ୍ଟୋନ ଥିଲେ ଏହି ପାଣି ଦ୍ୱାରା ଭଲ ହୋଇଯିବ । ପରିସ୍ରା ମାଧ୍ୟମରେ ଏହି ଷ୍ଟୋନ୍ ବାହାରିଯାଏ । କିଡନୀ ଷ୍ଟୋନ ପାଇଁ ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଚିକିତ୍ସା ।ଆମ୍ବ ପତ୍ରର ଅଧିକାଂଶ ଚିକିତ୍ସା ମଧୁମେହ ପାଇଁ କରାଯାଏ । ଏହା ବହୁତ ଭଲ, ଶସ୍ତା ଏବଂ ପ୍ରଭାବଶାଳୀ ଚିକିତ୍ସା । ପତ୍ରରେ ଆଣ୍ଟୋସିୟାନିଡିନ ଟେନିନ୍ ଥାଏ ଯାହା ମଧୁମେହ ରୋଗ ପାଇଁ ଉପକାରୀ । ଆମ୍ବ ପତ୍ରର ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ପାଣିରେ ପ୍ରତିଦିନ ଗୋଟିଏ ଚାମଚ ନିଅନ୍ତୁ । ଏହା ସହିତ ରାତିରେ ପତ୍ରକୁ ଫୁଟାନ୍ତୁ ଏବଂ ରାତିସାରା ରଖିବା ପରେ ସକାଳେ ଖାଲି ପେଟରେ ଛାଣିକି ପିଅନ୍ତୁ । ଏହି ଦୁଇଟି ଉପାୟରେ ଆମ୍ବ ପତ୍ର ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।