You are currently viewing ଅବସାଦ ଚିହ୍ନଟ କରିବ ‘ସ୍ମାର୍ଟ ମୋଜା’

ଅବସାଦ ଚିହ୍ନଟ କରିବ ‘ସ୍ମାର୍ଟ ମୋଜା’

ବ୍ରିଟେନ୍‌ର ଗବେଷକମାନେ ଏକ ନୂତନ ପ୍ରକାରର ମୋଜା ବିକଶିତ କରିଛନ୍ତି, ଯାହାକି ଡିମେନ୍ସିଆ ରୋଗୀଙ୍କ ପାଇଁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏହି ମୋଜାରେ କୃତ୍ରିମ ବୁଦ୍ଧିମତ୍ତା ଓ ସେସରକୁ ସଂଶ୍ଳିଷ୍ଟ କରାଯାଇଛି । ଏହା ଦ୍ଵାରା ଡିମେନ୍‌ସିଆ ରୋଗୀଙ୍କ ଉଦ୍‌ବେଗ ତଥା ଅବସାଦ ଆଦି ବାବଦରେ କେୟାର୍ ହୋମ୍‌ରେ ସେମାନଙ୍କ ଦେଖାଶୁଣା କରୁଥିବା କର୍ମଚାରୀ ସହଜରେ ଜାଣିପାରିବେ ।

ଏହି ମୋଜା ହୃଦ୍ ସ୍ପନ୍ଦନକୁ ଟ୍ରାକ୍ କରି ସଠିକ୍ ତଥ୍ୟ ପ୍ରଦାନ କରିବ । ଏହି ମୋଜା ଦେଖିବାକୁ ସାଧାରଣ ମୋଜା ସଦୃଶ। ଏହାକୁ ଚାର୍ଜ କରିବାକୁ ପଡିବ ନାହିଁ ଏବଂ ଏହାକୁ ୱାଶିଂମେସିନ୍‌ରେ ମଧ୍ଯ ସଫା କରି ହେବ। ମୋଜା ଅବସାଦ ତଥା ଉଦ୍‌ବେଗ ସମ୍ପର୍କିତ ତଥ୍ୟ ଠିକ୍ ଭାବେ ଚିହ୍ନଟ କରିଥାଏ। ଲୋକମାନେ ଏହାକୁ ପିନ୍ଧିବାରେ ମଧ୍ୟ ଅଶ୍ୱସ୍ତି ଅନୁଭବ କରି ନ ଥାନ୍ତି।

କୌଣସି ସମସ୍ୟା ତଥା ଉଦ୍‌ବେଗ ଯୋଗୁଁ କଥାବାର୍ତ୍ତା କରିପାରୁ ନ ଥିବା ଲୋକଙ୍କ ସମସ୍ୟା ସମ୍ପର୍କରେ କେୟାର୍ ହୋମ୍‌ରେ କାମ କରୁଥିବା ଲୋକଙ୍କୁ ସ୍ମାର୍ଟସକ୍ସ ସେମାନଙ୍କୁ ସାହାଯ୍ୟ କରୁଛି କି ନାହିଁ, ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଛି।

ପ୍ରଥମେ ଉକ୍ତ ମୋଜାକୁ ଡିମେନ୍ସିଆ ରୋଗୀଙ୍କ ଠାରେ ପରୀକ୍ଷଣ କରିବା ପୂର୍ବରୁ ପ୍ରଥମେ ଏହାକୁ ସେମାନେ ଗବେଷଣାଗାରରେ ପରୀକ୍ଷା କରାଇଥିଲେ। ଡିମେନ୍ସିଆରେ ପୀଡ଼ିତ ୧୫ ଜଣଙ୍କୁ ସ୍ମାର୍ଟ ମୋଜା ପିନ୍ଧାଯାଇ ସେମାନଙ୍କ ଚାପ ଓ ଉଦ୍‌ବେଗ ଆଦି ଜାଣିବାରେ ମୋଜା ସକ୍ଷମ କି ନୁହେଁ ଜାଣିବାକୁ ଚେଷ୍ଟା କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।