ଗାଧୋଇ ସାରିବା ପରେ କରନ୍ତୁ ନାହିଁ ଏପରି କିଛି ଭୁଲ୍…

କିଛି ଛୋଟ ଛୋଟ ଭୁଲ୍ ଦ୍ୱାରା ଜୀବନରେ ସ୍ୱାସ୍ଥ୍‌୍ୟଗତ ଓ ଆର୍ଥିକ ସମସ୍ୟା ଲାଗି ରହିଥାଏ ଏବଂ ଏଥିସହ ଦିନଟି ଅମଙ୍ଗଳରେ କଟିଥାଏ । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କର୍ମର ସଠିକ ନିୟମ ରହିଛି ଯାହାକୁ ମାନି ଚଳିଲେ ଜୀବନରେ ସୁଖଶାନ୍ତି ବଜାୟ ରହିଥାଏ ।
୧, ଦକ୍ଷିଣକୁ ମୁହଁ କରି ସ୍ନାନ କରିବା ଉଚିତ୍ ନୁହେଁ ।
୨. ଗାଧୋଇବା ଘରେ ଓଦାଲୁଗା ପକାଇ ରଖନ୍ତୁ ନାହିଁ କୁଣ୍ଡଳୀରେ ରାହୁ ଦୋଷ ଥିବା ଲୋକ ଙ୍କ ପାଇଁ ଏହା ଭଲ ନୁହେଁ।
୩. ସ୍ନାନ ସାରିବା ପରେ ବାଲଟିରେ ଗାଧୁଆ ପାଣି ରଖିବା ନାହିଁ ଏପରି କଲେ ଧନ ସଞ୍ଚୟ କରିବାରେ ଅସୁବିଧା ହୋଇଥାଏ ।
୪. ଚପଲ ପିନ୍ଧି ଗାଧୋଇବା ଶୁଭ ହୋଇନଥାଏ । ଏହା ଦ୍ୱାରା ଧନ ହାନୀ ଜନିତ ସମସ୍ୟା ହୋଇଥାଏ ।
୫. ସ୍ନାନ କରିବା ସମୟରେ ନିରବ ହୋଇ ସ୍ନାନ କରିବା ଉଚିତ୍ ନୁହେଁ ।


୬. ଗାଧୋଇ ସାରିବା ପରେ ନଖ କାଟିବା ଓ ସେଭିଙ୍ଗ୍ ହେବା ଉଚିତ୍ ନୁହେଁ । ଏଥିରେ ସ୍ୱାସ୍ଥ୍ୟହାନୀ ହୋଇଥାଏ ।
୭. ଗାଧୋଇ ସାରି ଓଦା ଲୁଗାରେ ଠାକୁର ପୂଜା କରିବା ଉଚିତ୍ ନୁହେଁ । ଯାହା ଦ୍ୱାରା ପୁଣ୍ୟ କର୍ମ ପାପ କର୍ମରେ ପରିଣତ ହୋଇଯାଇଥାଏ ।
୮. ଗାଧୋଇ ସାରି ଖାଲି ପେଟ ରେ ସଜବାଜ ହେବା ଦ୍ୱାରା ସ୍ୱାମୀ ର ଆୟୁଶ କ୍ଷୟ ହୋଇଥାଏ ।
୯. ଗାଧୋଇ ସାରି ସଂଗେ ସଂଗେ ରୋଷେଇ ଘରକୁ ଯିବା ଦ୍ୱାରା ଘରେ ଖାଦ୍ୟ ଅଭାବ ଦେଖାଦେଇଥାଏ ।
୧୦. ସୂର୍ଯ୍ୟାସ୍ତ ସମୟରେ ସ୍ନାନ କରିବା ଉଚିତ୍ ନୁହେଁ ।

Leave A Reply

Your email address will not be published.