ଖାଦ୍ୟରେ ଅଧିକ ଜିରା ବ୍ୟବହାର କରନ୍ତୁ ନାହିଁ

ଜିରାର ସ୍ୱାଦ ବହୁତ ଭଲ ହୋଇଥାଏ। ଜିରା ଏକ ଏମିତି ମସଲା,ଖାଦ୍ୟରେ ଛୁଙ୍କ ଲଗାଇବା ସହ ଭଜା, ତରକାରୀର ମଧ୍ୟ ଟେଷ୍ଟ ବଦଳାଇଥାଏ ଜିରା । ଜିରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଜିରା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚିପାରେ। ଏଥିପାଇଁ ଅଧିକ ଜିରା ସେବନ କରିବା ଉଚିତ୍‌ ନୁହେଁ।

ଜିରା ଅଧିକ ସେବନ କରିବା ଦ୍ୱାରା ଛାତିରେ ଜ୍ୱଳନ ସମସ୍ୟା ହେବାକୁ ଲାଗିଥାଏ। ଏଥି ସହିତ ଏହାଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହି କାରଣରୁ ଜିରା ମସଲାକୁ ସୀମିତ ମାତ୍ରାରେ ହିଁ ଖାଇବା ଉଚିତ୍‌। ଜିରା ଅଧିକ ସେବନ କରିବା ଦ୍ୱାରା ଲିଭର, କିଡ୍‌ନୀ ଆଦିକୁ କ୍ଷତି ପହଞ୍ଚିଥାଏ।

ତେଣୁ ଜିରାକୁ ଯେତେ ସମ୍ଭବ କମ୍‌ ମାତ୍ରାରେ ସେବନ କରିବା ଉଚିତ୍‌। ନଚେତ୍‌ ଯକୃତର କ୍ରିୟାରେ ଏହାର ଖରାପ ପ୍ରଭାବ ପଡ଼ିପାରେ। ଜିରା ଅଧିକ ଖାଇବା ଦ୍ୱାରା ହାକୁଟି ସମସ୍ୟା ହୋଇପାରେ। ହାକୁଟି ଦ୍ୱାରା ଶରୀରର ଅନ୍ତଃ ରାସ୍ତା ଏବଂ ପେଟରେ ଜମିଥିବା ଗ୍ୟାସ୍‌ ବାହାରିଥାଏ। ହାକୁଟି ଆସିବା ଦ୍ୱାରା ନିଜକୁ ତ କଷ୍ଟ ହୋଇଥାଏ, ତା’ ସହିତ ଆଖପାଖର ଲୋକଙ୍କୁ ମଧ୍ୟ ଅଜବ ପ୍ରକାରର ଅନୁଭବ ହୋଇଥାଏ। ଜିରା ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ବ୍ଲଡ୍‌ ସୁଗାରର ମାତ୍ରା କମି ଯାଇଥାଏ। ଏମିତିରେ ଶରୀରରେ ଦୁର୍ବଳପଣ ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଇପାରେ।

Leave A Reply

Your email address will not be published.