You are currently viewing ଜାଣନ୍ତୁ କେଉଁ ଫୁଲରେ ଦଶହରା ଦିନ ମାଙ୍କୁ ପୂଜା କଲେ ମିଳିବ ଶୁଭ ଫଳ

ଜାଣନ୍ତୁ କେଉଁ ଫୁଲରେ ଦଶହରା ଦିନ ମାଙ୍କୁ ପୂଜା କଲେ ମିଳିବ ଶୁଭ ଫଳ

ଚଳିତ ବର୍ଷ ୨୫ ଅକ୍ଟୋବରରେ ଦଶହରା ପର୍ବ ପାଳନ କରାଯିବ । ଦଶମୀ ତିଥୀ ରବିବାର ସକାଳ ୭ ବାଜି ୪୨ ମିନିଟରୁ ସୋମବାର ସକାଳ ୯ ବାଜି ୧ ମିନିଟ ପର୍ଯ୍ୟନ୍ତ ରହିବ । ପୁରାଣ ଅନୁସାରେ ରାବଣ ଉପରେ ଶ୍ରୀରାମଙ୍କ ବିଜୟ ଉପଲେ.. ବିଜୟାଦଶମୀ ପାଳନ କରାଯାଉଛି । ଏହି ଦିନ କୌଣସି କାମ କରିବା ଦ୍ୱାରା କାମରେ ସଫଳତା ମିଳିଥାଏ । ଶାସ୍ତ୍ର ଅନୁସାରେ ଦଶହରା ଦିନରେ ଅପରାଜିତା ଫୁଲ ଦେବୀଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଇତ୍ୟାଦି ରହିଥାଏ ।


କିପରି କରିବେ ପୂଜା ?
ଦଶହରା ଦିନରେ ଦ୍ୱିପ୍ରହର ପରେ ଈଷାନ କୋଣରେ ସଫା ଭୂମିରେ ଗୋବର ଲିପି ଚନ୍ଦନରେ ପଦ୍ମ ଫୁଲ ଅଙ୍କନ କରନ୍ତୁ ଏବଂ ସଂକଲ୍ପ କରିବା ଉଚିତ ଯେ, “ମମ ସକୁଟୁୁମ୍ବସ୍ୟ େ..ମସିଦ୍ଧୟର୍ଥମପରାଜିତାପୂଜନମ୍ କରିଶ୍ୟେ” ଯଦି ଆପଣ ମନତ୍ର ପାଠ କରିପାରନ୍ତି ନାହିଁ ତେବେ, ଏହା କୁହନ୍ତୁ ଯେ, ହେ ଦେବୀ, ମୁ ନିଜ ପରିବାର ସହ ନିଜ କାର୍ଯ୍ୟ ରେ ସିଦ୍ଧି ହାସଲ କରିବା ପାଇଁ ବା ସଫଳତା ହାସଲ କରିବା ପାଇଁ ଆପଣଙ୍କ ପୂଜା କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।