You are currently viewing ଚାଉଳରେ ଅଛି ସୌନ୍ଦର୍ଯ୍ୟ ବଢ଼ାଇବାର ଶକ୍ତି

ଚାଉଳରେ ଅଛି ସୌନ୍ଦର୍ଯ୍ୟ ବଢ଼ାଇବାର ଶକ୍ତି

ସୁନ୍ଦର ଦିଶିବାକୁ ଏବଂ ସୁନ୍ଦର ହେବାକୁ ସମସ୍ତେ ପସନ୍ଦ କରନ୍ତି । ଯେଉଁବି ବୟସ କିମ୍ବା ଯେଉଁ ଶ୍ରେଣୀର ହୁଅନ୍ତୁ ନା କାହିଁ, ସମସ୍ତେ ନିଜ ନିଜ ସୌନ୍ଦର୍ଯ୍ୟ ଉପରେ ବେଶ ଗୁରୁତ୍ୱ ଦେଇଥାନ୍ତି । କରୋନା ପାଇଁ ଦେଶବ୍ୟାପୀ ଲକ୍ଡାଉନ ଓ ସଟ୍ଡାଉନ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଭିତରେ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ପଡ଼ିବ ନିଶ୍ଚିୟ । କିନ୍ତୁ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଆମେ ଘରେ ରହିଲେ ହିଁ ନିଜକୁ ସୁସ୍ଥ ରଖିପାରିବା । ତେଣୁ ଏହି ସମୟରେ ପାର୍ଲର ନଯାଇ ଘରୋଇ ଉପାୟରେ ନିଜର ସୌନ୍ଦର୍ଯ୍ୟ ବଢ଼ାଇବା ।


ପ୍ରଥମତଃ ମୁହଁ ଉପରେ ବେଶି ଫୋକସ କରିଥାନ୍ତି ସମସ୍ତେ । ତେଣୁ ଆମ ସୌନ୍ଦର୍ଯ୍ୟର ପ୍ରଥମ ଆକର୍ଷଣ ହେଉଛି ମୁହଁ । ନିଜ ମୁହଁ କିମ୍ବା ତ୍ୱଚାକୁ ତେଲିଆ ପଣରୁ ମୁକ୍ତି କିମ୍ବା ବ୍ଲାକ ହେଡ଼ର୍ସ ଓ ହ୍ୱାଇଟ ହେଡ଼ର୍ସରୁ ମୁକ୍ତି ଦେବା ପାଇଁ ଘରୋଇ ଉପାୟ ଅବଲମ୍ବନ କରିପାରିବା । କୌଣସି ଫେସ ପ୍ୟାକ ଲଗାଇବା ପୂର୍ବରୁ ପ୍ରଥମେ ଫେସ ସ୍କ୍ରବ କରିବାକୁ ପଡ଼ିଥାଏ । ଘରେ ସଂରକ୍ଷିତ ହୋଇ ରହିଥିବା ଚାଉଳ କିଛି ମାତ୍ରାରେ ନେଇ ଗ୍ରାଇଣ୍ଡିଙ୍ଗ କରିନେବେ । ଏହାକୁ ପଢ଼ିଲାପରେ ଅନେକ ଭାବିବେ କେଉଁ ପ୍ରକାରର ଚାଉଳ ନେବେ ବୋଲି ।

ଯେକୌଣସିବି ଚାଉଳ ନେଇପାରିବେ । ଗ୍ରାଇଣ୍ଡିଙ୍ଗ କଲାବେଳେ ଧ୍ୟାନ ଦେବେ, ଯେମିତି ଚାଉଳ ପୁରା ଚିକ୍କଣ ନହୋଇଯାଏ । ଟିକେ ଖାଦୁଡ଼ା ରଖି ବନ୍ଦ କରିଦେବେ । ପରେ ସେହି ଚାଉଳକୁ ଆଣି ଅଳ୍ପ ମାତ୍ରାରେ ଗୋଲାପ ଜଳ ପକାଇ ମୁହଁରେ ୨ମିନିଟ ପର୍ଯ୍ୟନ୍ତ ସ୍କ୍ରବ କରିବେ । ଏମିତି ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର କରିପାରନ୍ତି । ଏହା କରିବା ଦ୍ୱାରା ଆପଣଙ୍କ ଫେସ୍ କ୍ଲିନ ହେବା ସହ ତେଲିଆ ପଣ ଦୂର ହୋଇ ଆକର୍ଷଣୀୟ ଦେଖାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।