କଦଳୀ ଖାଇବା ଦ୍ୱାରା କ’ଣ ଲାଭ ହୋଇଥାଏ, ତାହା ଆମେ ସମେସ୍ତ ଜାଣିଛେ। କିନ୍ତୁ କଞ୍ଚା କଦଳୀ ଖାଇବା ମଧ୍ୟ ସ୍ୱାସ୍ଥ୍ୟପକ୍ଷେ ବେଶ୍ ଉପକାରୀ । କଞ୍ଚାକଦଳୀରେ ପୋଟାସିୟମ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଆପଣଙ୍କ ଶରୀରର ଇମ୍ୟୁନିଟ ସିଷ୍ଟମକୁ ମଜବୁତ କରିଥାଏ। ଏହାକୁ ଖାଇବା ଦ୍ୱାରା ମଧ୍ୟ ଦିନ ତମାମ ଆପଣଙ୍କ ସକ୍ରିୟ ରହିଥାନ୍ତି। ଶିଶୁ କଞ୍ଚାକଦଳୀ ଖାଇବା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥିବା ବେଳେ ଏହା ସେମାନଙ୍କ ମସ୍ତିଷ୍କ ଦ୍ରୁତିଗତିରେ ଚାଲେ।ଆପଣଙ୍କ ଶରୀରରେ ଜମା ହୋଇଥିବା ଚର୍ବିକୁ ଏହା କମ୍ କରିଥାଏ। ଏହାଦ୍ୱାରା ଆପଣଙ୍କ ଓଜନ କମ୍ ହେବାରେ ସାହାଯ୍ୟ ମିଳିଥାଏ। ମୋଟାପଣ ପାଇଁ ଚିନ୍ତାରେ ଥିବା ଲୋକ ପ୍ରତିଦିନ କଞ୍ଚା କଦଳୀକୁ ନିଜ ଡାଏଟରେ ସାମିଲ କରିବା ଉଚିତ। ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ (ଜିଆଇ) ୫୫ରୁ କମ୍ ଥିବା ଯୋଗୁଁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କମ୍ ଜିଆଇ ଥିବା ଖାଦ୍ୟ ପଦାର୍ଥ ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିବା ବନ୍ଦ କରିଥାଏ। ଡାଇବେଟିସ ରୋଗୀ ନିଜ ଦୈନିକ ଭୋଜନରେ କଞ୍ଚା କଦଳୀକୁ ସାମିଲ କରିପାରିବେ। ଏହା ସହିତ କଞ୍ଚାକଦଳୀରେ ଭିଟାମିନ ବି ୬, ଭିଟାମିନ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହା କୋଷିକାକୁ ପୋଷଣ ଦିଏ। ଆସନ୍ତୁ ଜାଣିନେବା, କ’ଣ ରହିଛି ଏହାର ଫାଇଦା..

କଞ୍ଚାକଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥାଏ, ଯାହା ରକ୍ତ ସଂଚାର ଠିକ୍ ରଖିବା ସହ ଏବଂ ବ୍ଲଡ ପ୍ରେସରକୁ ବୃଦ୍ଧି କରିବାକୁ ଦିଏନାହିଁ। କଞ୍ଚା କଦଳୀ ପ୍ରତିଦିନ ଖାଇଲେ ହାଡ ମଜଭୂତ ହୋଇଥାଏ। କଦଳୀରେ ଏକ ପ୍ରକାର ସ୍ୱତନ୍ତ୍ର ପ୍ରୋବାୟୋଟିକ୍ ରହିଥାଏ, ଯାହା ହାଡରେ ଦେଖିଯାଉଥିବା କ୍ୟାଲସିୟମର ଅଭାବକୁ ପୂରଣ କରିଥାଏ। ଏହା ହୃତ୍ପିଣ୍ଡର ସ୍ବାସ୍ଥ୍ୟ ପାଇଁ ଭଲ ଏବଂ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ତ୍ବରାନ୍ବିତ କରିଥାଏ। ପାଚିଲା କଦଳୀରେ ଅଧିକ ମାତ୍ରାରେ ଶର୍କରା ଓ ଫାଇବର ରହିଥାଏ।

କଞ୍ଚା କଦଳୀରେ ମ୍ୟାଗ୍ନେସିୟମ ହେବା ଯୋଗୁଁ ଅତି ସହଜରେ ଖାଦ୍ୟ ପାଚନ ହୋଇଯାଏ ଏବଂ ମେଟାବୋଲଜିମିକୁ ସୁସ୍ଥ ରଖିଥାଏ। କଞ୍ଚା କଦଳୀ ଆମାଶୟ ଏବଂ ଅନ୍ତ ଫୁଲିବା ସମସ୍ୟା ଦୂର କରିଥାଏ। ପିଲାମାନେ ପ୍ରତିଦିନ କଞ୍ଚା କଦଳୀ ଖାଇବା ଉଚିତ। ଏଥିରେ ଥିବା ଭିଟାମିନ ଏବଂ ପ୍ରୋଟିନ ଶରୀରକୁ ଫାଇଦା ଦେଇଥାଏ।