You are currently viewing ଜାଣନ୍ତୁ ମୁଖ କର୍କଟର ଲକ୍ଷଣ

ଜାଣନ୍ତୁ ମୁଖ କର୍କଟର ଲକ୍ଷଣ

ଭାରତରେ ମୁଖ କର୍କଟ ଅତି ସାଧାରଣ ହୋଇଗଲାଣି । ଗତ ୧୦ ବର୍ଷ ମଧ୍ୟରେ, ମୁଖ କର୍କଟ ରୋଗ ଏକ ତୃତୀୟାଂଶରୁ ବୃଦ୍ଧି ହୋଇଛି । ଓଠ, ଜିଭ, ଗାଲର ଭିତର ଅଂଶ, ଜିଭ ର ତଳେ ଅଂଶରେ ଏହି ରୋଗ ହୋଇଥାଏ । ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ଏହାର ଲକ୍ଷଣ ଜାଣିବା ସହ ଏହାକୁ ରୋକିବା ଅତ୍ୟନ୍ତ ଜରୁରୀ । ‘ସାଇନ୍ସ ଡାଇରେକ୍ଟ’ ୱେବସାଇଟରେ ପ୍ରକାଶିତ ୨୦୨୦ ଅନୁସନ୍ଧାନ ଅନୁଯାୟୀ, ତମାଖୁ ସେବନ ପାଟି କର୍କଟରେ ଏକ ପ୍ରମୁଖ କାରଣ ହୋଇଛି। ଗୁଟ୍କା, ଜରଡା, ଖଇନି, ସିଗାରେଟ୍, ବିଡି, ହୁକା, ଏହି ସବୁ ଜିନିଷ ତମାଖୁରେ ଅନ୍ତର୍ଭୂକ୍ତ । ଯାହା କ୍ୟାନସରର ମୁଖ୍ୟ କାରଣ । ଉଭୟ ଯୁବକ ଏବଂ ବୃଦ୍ଧ ବର୍ଗର ଲୋକମାନେ ଏହି ରୋଗର ଶିକାର ହୁଅନ୍ତି । ମୁଖ କର୍କଟ ରୋଗର କିଛି ଲକ୍ଷଣ ଯାହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଦାନ୍ତ ମାଢି, ଜିଭ ଏବଂ ଗଳାରେ ନାଲି କିମ୍ବା ଧଳା ରଙ୍ଗର ଦାଗ ଦେଖାଗଲେ ତାହା ବିପଦଜନକ ହୋଇପାରେ । ଏହି ଅବସ୍ଥାକୁ ଲ୍ୟୁକୋପ୍ଲାକିଆ କୁହାଯାଏ । ଅଧିକାଂଶ ଲ୍ୟୁକୋପ୍ଲାକିଆ ନନ୍‌-କ୍ୟାନସର ହୋଇଥାଏ । ତଥାପି ଅନେକ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।

ଯଦି କେହି ମୁଖରେ ଏପରି ଚିହ୍ନ ଦେଖନ୍ତି, ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଯଦି ଆପଣ ଗଳାରେ କୌଣସି ପ୍ରକାରର ଗଣ୍ଠି ଭଳି ଅନୁଭବ କରନ୍ତି, ତାହା ବିପଜ୍ଜନକ ହୋଇପାରେ । ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହା ମୁଖ କର୍କଟ ରୋଗର ଲକ୍ଷଣ ହୋଇପାରେ । ବିନା କାରଣରେ ଯଦି ଦାନ୍ତ ମାଢି ଦୁର୍ବଳ ହୁଏ ଏବଂ ରକ୍ତ ବାହାରେ ତେବେ ଏହା ମଧ୍ୟ ମୁଖ କର୍କଟର କାରଣ ହୋଇପାରେ । ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଅସ୍ତ୍ରୋପଚାର ଏବଂ କେମୋଥେରାପି ସହିତ ଅନେକ ଉପାୟରେ ମୁଖ କର୍କଟ ଚିକିତ୍ସା କରାଯାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।