You are currently viewing ମାଛି ମାରୁମାରୁ ଜଳିଗଲା ଘର

ମାଛି ମାରୁମାରୁ ଜଳିଗଲା ଘର

ମାଛି ମାରିବା ନିଶାରେ ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ଘର ଜାଳିଦେଲେ । ବ୍ୟକ୍ତି ଜଣକ ଫ୍ରାନ୍ସର ଦୋର୍ଦାନ ନାମକ ସହରରେ ରୁହନ୍ତି । ସେ ଜଣେ ୮୦ ବର୍ଷ ବୟସର ବୃଦ୍ଧ । ବୃଦ୍ଧ ଜଣକ ରାତ୍ରି ଭୋଜନ କରୁଥିବା ସମୟରେ ମାଛିଟି ତାଙ୍କ ଚାରିପାଖେ ବୁଲି ବହୁତ ହଈରାଣ କରିବା ଦ୍ୱରା ସେ ଖାଦ୍ୟ ଖାଇ ପାରିନଥିଲେ । ସେ ମଶା ମାରିବା ଇଲେକ୍ଟ୍ରି ରାକେଟ୍ ନେଇ ମାଛି ମାରିବା ଚେଷ୍ଟାରେ ଲାଗିଗଲେ ।

କିନ୍ତୁ ସେହି ସମୟରେ ତାଙ୍କ ଘରର ଗ୍ୟାସ୍ ଲିକ୍ ହେଉଥିଲା ଯାହାଫଳରେ ଇଲେକ୍ଟ୍ରି ରାକେଟ୍ ଗ୍ୟାସ ସଂସ୍ପର୍ଶରେ ଆସିବାରୁ ନିଆଁ ଲାଗିଯାଇଥିଲା । ଏଥିରେ ତାଙ୍କ ରୋଷେଇ ଘର ଓ ଛାତରେ ନିଆଁ ଲାଥି ଜଳି ଯାଇଥିଲା । ସୂଚନା ଅନୁସାରେ, ବ୍ୟକ୍ତି ଜଣକ ଅଳ୍ପକେ ବତ୍ତ ଯାଇଛନ୍ତି କିନ୍ତୁ ତାଙ୍କ ହାତର କିଛି ଅଂଶ ପୋଡି ଯାଇଛି । ସେ ଏବେ ତାଙ୍କ ପରିବାର ସହ ଗୋଟିଏ ତମ୍ବୁ ତଳେ ରହୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।