You are currently viewing ଜାଣନ୍ତୁ କେଉଁମାନେ ଟମାଟୋ ଖାଇବା ଉଚିତ ନୁହେଁ

ଜାଣନ୍ତୁ କେଉଁମାନେ ଟମାଟୋ ଖାଇବା ଉଚିତ ନୁହେଁ

ଆମେ ନିତିଦିନିଆ ଜୀବନରେ ଅନେକ ପନିପରିବା ଖାଉଛେ । ପ୍ରାୟତଃ ସବୁ ପନିପରିବାରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ । ପନିପରିବା ଭିତରୁ ଟମାଟୋ ହେଉଛି ଏପରି ଏକ ପରିବା, ଯାହାକୁ ଖାଦ୍ୟରେ ସବୁଠୁ ବେଶି ବ୍ୟବହାର କରାଯାଇଥାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ସବୁ ଋତୁରେ ଟମାଟୋ ବଜାରରେ ବେଶ୍ ସହଜରେ ମିଳିଯାଏ । ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି । ଏହା ଦୃଷ୍ଟିଶକ୍ତି ବଢ଼ାଇବା ଠାରୁ ମାଂସପେଶୀର ଯନ୍ତ୍ରଣା ଓ ଓଜନ ହ୍ରାସ କରିବା ପାଇଁ ସାହାର୍ଯ୍ୟ କରେ ।

Simple Steps to Growing MASSES of Tomatoes!

ଟମାଟୋ ତରକାରୀରେ ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ କିଛି ଲୋକ ଏହାକୁ ସୁପ୍, ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ଲୋକଙ୍କୁ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଏ । ସେମାନଙ୍କ ପାଇଁ ଏହି ଟମାଟୋ ଭୟାନକ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁମାନେ ଟମାଟୋ ଖାଇବା ଉଚିତ ନୁହେଁ ।
ଯେଉଁମାନଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ରହିଛି, ସେହି ଲୋକଙ୍କ ପାଇଁ ଅଧିକ ଟମାଟୋ ଖାଇବା କ୍ଷତିକାରକ ପ୍ରମାଣିତ ହୋଇପାରେ। ଟମାଟୋ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ତଥା ଆଣ୍ଠୁ ଗଣ୍ଠି ଫୁଲିବା ଭଳି ସମସ୍ୟା ବଢ଼ି ଯାଇଥାଏ।
ଟମାଟୋରେ ସାଇଟ୍ରିକ୍ ଏସିଡ୍ ଅଧିକ ରହିଛି। ଏହା ପେଟରେ ହଜମ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଅଧିକ ମାତ୍ରାରେ ଟମାଟୋ ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ହୋଇଥାଏ ।

Tomato - BBC Good Food

ଯଦି ଆପଣ ଡାଇରିଆ ଭଳି ସମସ୍ୟାରେ ଜଡିତ ତେବେ ଟମାଟୋ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଟମାଟୋରେ ସଲ୍ମୋନେଲା ବ୍ୟାକ୍ଟେରିଆ ଥାଏ, ଯାହା ଡାଇରିଆ ସମସ୍ୟାକୁ ବଢ଼ାଇଥାଏ।
ଯେଉଁମାନଙ୍କ କିଡ୍ନୀ ଷ୍ଟୋନ୍ ଭଳି ସମସ୍ୟା ରହିଛି, ସେମାନଙ୍କୁ ଭୁଲ୍ରେ ବି ଟମାଟୋ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା କିଡନୀରେ ଷ୍ଟୋନ୍ ସମସ୍ୟା କମିବା ବଦଳରେ ଅଧିକ ଦ୍ରୁତ ଗତିରେ ବଢ଼ିଯାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।