ଲୁଣ ବିନା ପ୍ରତ୍ୟେକ ଭୋଜନ ଯେମିତି ଫିକା ଲାଗିଥାଏ । ଲୁଣକୁ କମନ୍ ସଲ୍ଟ କିମ୍ବା ସୋଡିୟମ୍ କ୍ଲୋରାଇଡ କହନ୍ତି । ଓ୍ଵାଲର୍ଡ ହେଲ୍ଥ ଓର୍ଗାନାଇଜେସନର ଷ୍ଟାଣ୍ଡାର୍ଡ ମୁତାବକ ଗୋଟେ ଦିନରେ କେବଳ ୫ ଗ୍ରାମ ଲୁଣ (ପ୍ରାୟ ୨ ଗ୍ରାମ ସୋଡିୟମ୍)ର ସେବନ କରିବା ଉଚିତ । ଏହାଠାରୁ ଅଧିକ ସଲ୍ଟ୍ ଇନଟେକ ହାଇ ବ୍ଲଡ ପ୍ରେସରର କାରଣ ସାଜିପାରେ । ଯାହାପରେ ହୃଦ ରୋଗର ଆଶଙ୍କା ବଢ଼ିଯାଇଥାଏ । WHO ଅନୁସାରେ ଆବଶ୍ୟକରୁ ଅଧିକ ଲୁଣର ସେବନ ସାରାଦୁନିଆରେ ମୃତ୍ୟୁର କାରଣ ସାଜି ଚାଲିଛି । ଏହି ସଂଖ୍ୟା ଏହି କଥା ଆଡକୁ ଇସାରା କରୁଛି ଯେ ଅଧିକାଂଶ ଲୋକ ନିର୍ଦ୍ଧିଷ୍ଟ ପରିମାଣରୁ ଅଧିକ ମାତ୍ରାରେ ସୋଡିୟମ୍ ଇନଟେକ କରୁଛନ୍ତି । ପ୍ରାୟ ୭୫ ପ୍ରତିଶତ ଲୁଣ ପ୍ରୋସେସଡ୍ ଫୁଡ୍ ଜରିଆରେ ଆମ ଶରୀରକୁ ଯାଉଛି । ଅନେକ ଲୋ ଇନକମ୍ ଏବଂ ମିଡିଲ୍ ଇନକମ୍ ଦେଶରେ ଲୋକମାନେ ସଲ୍ଟ ଇନଟେକ, ଫିସ୍ ସସ୍ କିମ୍ବା ସୋୟା ସସ୍ ଜରିଆରେ କରୁଛନ୍ତି । ଯଦି ଆପଣ ଲୁଣର ସେବନ ସୀମିତ ମାତ୍ରାରେ କରିବେ ତାହେଲେ କାର୍ଡିଓଭାସକୁଲାର ଡିଜିଜ୍ ଠାରୁ ନିଜକୁ ରକ୍ଷା କରିପାରିବ।

ପ୍ରତି ବର୍ଷ ପ୍ରାୟ ୨.୫ ମିଲିୟନ୍ ମୃତ୍ୟୁ ହାର୍ଟ ଆଟାକ ଏବଂ ଷ୍ଟ୍ରୋକ କାରଣରୁ ହୋଇଥାଏ । ଏହାଦ୍ୱାରା କିଡନୀ ଡିଜିଜର ଭୟ ମଧ୍ୟ ସୃଷ୍ଟି ହୋଇପାରେ । ଏମିତି ନୁହେଁ ଯେ ଲୁଣ ଆମ ଶରୀର ପାଇଁ କେବଳ ବିପଦଦାୟକ । ବରଂ ଏଥିରେ ଥିବା ସୋଡିୟମ୍ ଏବଂ ପୋଟାସିୟମ୍ ଉଭୟ ଜିନିଷ ରହିଛି । ଯେଉଁଥିରେ ଶରୀରରେ ପାଣିର ସ୍ତର ସଠିକ ମାତ୍ରାରେ ରହିଥାଏ । ଏହା ସାହାଯ୍ୟରେ ଶରୀରର ଅନେକ ଭାଗରେ ଅକ୍ସିଜେନ୍ ପହଁଚିପାରିଥାଏ । ଏହି ନର୍ଭସ ସିଷ୍ଟମ ଏବଂ ଭେସକୁଲାର ସିଷ୍ଟମର ଫଙ୍କସନରେ ମଧ୍ୟ ସାହାଯ୍ୟ କରିଥାଏ ।