You are currently viewing ସୁଖ ଓ ଦୁଃଖର ସାଥୀ ଚା’

ସୁଖ ଓ ଦୁଃଖର ସାଥୀ ଚା’

ଚା’ ହେଉଛି ସମସ୍ତଙ୍କର ସାଥୀ । ସେ ଗରୀବ ହେଉ କିମ୍ବା ଧନୀ । ହୋଇଥାଇପାରେ ଜଣେ ଧନୀ ଲୋକ ବିଭିନ୍ନ ରକମର ଏବଂ ବଡ଼ ରେଷ୍ଟୁରାଣ୍ଟ ଓ ଦୋକନରୁ ଦାମୀ ଚା’ ଅର୍ଡ଼ର କରି ପିଉଥିବ କିନ୍ତୁ ଜଣେ ଗରୀବ ପାଇଁ ମଧ୍ୟ ଚା’ ସେତିକି ମୂଲ୍ୟରଖେ । ଅନେକ ଧନୀ ଶ୍ରେଣୀର ବ୍ୟକ୍ତି ଚା’ କୁ ନିଜର ସୌକ୍ ମୂତାବକ ବ୍ୟବହାର କରୁଥିବାବେଳେ, ଜଣେ ଶ୍ରମିକ କିମ୍ବା ମୂଲିଆ ଶ୍ରେଣୀର ବ୍ୟକ୍ତି ଚା’ କୁ ତା’ର ଭିଟାମିନ୍ ଭାବେ ବ୍ୟବହାର କରିଥାଏ । ଅର୍ଥାତ୍ କେତେବେଳେ ଚା’ ପିଏ ନିଜର ଶରୀରର ଥକାପଣ ଦୂର କରିବା ପାଇଁ, ତ ଆଉ କେତେବେଳେ ପିଇଥାଏ ଭୋକର ମାତ୍ରାକୁ କମ୍ କରିବା ପାଇଁ । ସତରେ ଚା’ର ଭୂମିକା ମଣିଷ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଚା ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକଙ୍କ ଦିନର ଆରମ୍ଭ ଚା ରୁ ହୋଇ ଦିନର ଶେଷ ମଧ୍ୟ ଚା ରେ ହେଉଛି । ବିଶେଷ କରି ଯୁବପିଢୀ ମାନେ ଏହା ପ୍ରତି ବିଶେଷ ରୁଚି ରଖୁଥିବା ଦେଖିବାକୁ ମିଳୁଛି । ଆଜିକାଲି ବଜାରରେ ଅନେକ ଫ୍ଲେବରର ଚା ମଧ୍ୟ ମିଳିଲାଣି । ଏବେ ବେଶି ଫେମସ ହେବାରେ ଲାଗିଛି ତନ୍ଦୁରି ଚା’ । ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଯୁବପିଢ଼ୀଙ୍କ ମଧ୍ୟରେ ବେଶି ଚା’ ପିଇବାର ଉତ୍ସୁକତା ଦେଖା ଦେଇଥାଏ । କାରଣ ଏମାନେ କାର୍ଯ୍ୟ ମଝିରେ ଚା’ କପେ ପିଇଲେ ରିଲାକ୍ସ ଫିଲ କରିଥାନ୍ତି । ତା’ସହିତ ଥାକ୍କା ପଣ ମଧ୍ୟ ଦୂର ହୋଇଥାଏ । ସେହିପରି କିଛି ଛାତ୍ରଛାତ୍ରୀ ଲେଟ୍ ନାଇଟ୍ ବା ମଧ୍ୟରାତ୍ରୀରେ ପଢ଼ିବାକୁ ପସନ୍ଦ କରିଥାନ୍ତି । ସେହି ସମୟରେ ତାଙ୍କ ପଢ଼ା ଟେବୁଲ ନିକଟରେ ଚା’ ପାତ୍ର ଦେଖିବାକୁ ମିଳେ । ସେମାନଙ୍କ କହିବା ଅନୁସାରେ ପଢ଼ିବାର ମଝିରେ ମଝିରେ ଚା’ ପିଇବା ଦ୍ୱାରା ଅଳସପଣ ଦୂର ହୋଇଥାଏ ଏବଂ ପଢ଼ାରେ ଆଗ୍ରହ ଆସିଥାଏ ।

ଯଦି ଆପଣ ମଧ୍ୟ ଚା ପ୍ରତି ବିଶେଷ ରୁଚି ରଖିଛନ୍ତି ଏବଂ ଭାବୁଛନ୍ତି କି ଚା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ନା ନାହିଁ, ତେବେ ଚିନ୍ତାର କିଛି କାରଣ ହିଁ ନାହିଁ। ଚା ଶରୀର ପାଇଁ ଅନେକ ଉପକାରୀ । ଚା ରେ ଆଣ୍ଟିଅକ୍ସୀଡେଣ୍ଟ ମିଶିକି ରହିଥାଏ, ଯାହାକି ଆମକୁ ବୟସ୍କ ଦେଖାଇବାରେ କମ କରିବା ସହ ଆମ ଶରୀରକୁ ପ୍ରଦୂଷଣରୁ ରକ୍ଷା କରିଥାଏ । ଏହା ଆମ ହାଡ଼କୁ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ।

କଫି ତୁଳନାରେ ଚାରେ କୈଫିନର ମାତ୍ର ମଧ୍ୟ କମ ଥାଏ। ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଚା’ ଶରୀର ପାଇଁ ଉପକାରୀ ଅଟେ । କିନ୍ତୁ ଭୁଲିବେନି ସବୁ ଜିନିଷ ତା’ର ଉପକାର ଓ ଅପକାରକୁ ସାଙ୍ଗରେ ଧରି ଆସିଥାଏ । ଚା’ ପିଇବା ଜରୁରୀ ଓ ଭଲ ଅଭ୍ୟାସ । କିନ୍ତୁ ତା’ମାନେ ନୁହେଁ ଖାଦ୍ୟ ନଖାଇ ଅତ୍ୟଧିକ ଚା’ ପିଇବା । ଏଇଟା ସମ୍ପୂର୍ଣ୍ଣ ଖରାପ ଅଭ୍ୟାସ ।

ଅନ୍ୟମାନଙ୍କୁ ଜଣାନ୍ତୁ।