You are currently viewing ଆସନ୍ତାକାଲିଠାରୁ ପ୍ରବଳ ବର୍ଷିବ !

ଆସନ୍ତାକାଲିଠାରୁ ପ୍ରବଳ ବର୍ଷିବ !

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ଵର : ରାଜ୍ୟରେ ଦୁର୍ବଳ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ । ଯେଉଥିପାଇଁ ଗତ ୩ରୁ ୪ଦିନ ହେବ ବର୍ଷାର ପରିମାଣ କମିଛି । ତେବେ ଆସନ୍ତକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ଦ୍ୱାରା ପୂର୍ବାନୁମାନ କରାଯାଇଛି । ଆସନ୍ତା ୪ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଦକ୍ଷିଣ ଓଡିଶା ଓ ଉତ୍ତର ଓଡିଶା ଉପକୂଳରେ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆସନ୍ତାକାଲି ଠାରୁ ୫ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଭଦ୍ରକ, ବାଲୋ୍‌ବର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ଘଡଘହି ସହ ବର୍ଷା ହୋଇପାରେ । ତେବେ ଆସନ୍ତାକାଲି ଠାରୁ ଉପକୂଳ ସମେତ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।