You are currently viewing ୧୦ଦିନ ପାଇଁ ସମ୍ବଲପୁର ସଟ୍‌ଡାଉନ

୧୦ଦିନ ପାଇଁ ସମ୍ବଲପୁର ସଟ୍‌ଡାଉନ

କରୋନା ମହାମାରୀର ପ୍ରଭାବ ଦିନକୁ ଦିନ ରାଜ୍ୟରେ ବଢ଼ୁଥିବାର ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ପ୍ରଶାସନ ନିଜ ନିଜ ଜିଲ୍ଲା ପାଇଁ ନୂତନ ପଦକ୍ଷେପମାନ ନେଉଛନ୍ତି । ଏହାର ମଧ୍ୟରେ ସମ୍ବଲପୁର ଜିଲ୍ଲାପାଳ ୧୦ ଦିନ ପାଇଁ ସମ୍ବଲପୁର ସହରକୁ ୨ ପର୍ଯ୍ୟାୟରେ ସଟ୍‌ଡାଉନ କରିବା ନେଇ ଘୋଷଣା କରିଛନ୍ତି । ଆସନ୍ତା କାଲିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ସଟ୍‌ଡାଉନ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ୪ଦିନ ସମ୍ପୂର୍ଣ୍ଣ ସଟଡାଉନ ହେବ । କେବଳ ଅତ୍ୟାବଶ୍ୟକ ସେବା ମିଳିବ । ଦ୍ୱିତୀୟ ପର୍ଯ୍ୟାୟରେ ୨୬ରୁ ୩୧ ତାରିଖ ଯାଏଁ ଜିଲ୍ଳାକୁ ସଟଡାଉନ ରଖାଯିବ । ଏହି ସମୟରେ ଆଂଶିକ ପନିପରିବା ଓ ଗ୍ରୋସରୀ ଦୋକାନ ଖୋଲିବ ବୋଲି ସୂଚନା ମିଳିଛି । ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଏହିପରି ପଦକ୍ଷେପ ନେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।