patato

ଆଳୁ ପାଇଁ ରାଜଧାନୀରେ ଲମ୍ବା ଲାଇନ: ୧୦୦ ଟଙ୍କାରେ ପାଇବେ ୩ କିଲୋ ଆଳୁ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ରାଜ୍ୟରେ ଆଳୁ ସଙ୍କଟ ଚାଲିଥିବା ବେଳେ ଖାଉଟିଙ୍କ ପାଇଁ ଖୁସି ଖବର। ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ ଗ୍ରାହକ। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲରମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରିବେ। ଏଥିପାଇଁ ଆଳୁ ଭର୍ତ୍ତି ଟ୍ରକ ଆଇଗଣିଆ ଗୋଦାମରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ଆଳୁ ୩ କିଲୋକୁ ୧୦୦ ଟଙ୍କା ଦରରେ ଗ୍ରାହକମାନେ କିଣି ପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।