You are currently viewing ୧୫ଦିନ ପର୍ଯ୍ୟନ୍ତ ଗଞ୍ଜାମର ସବୁ ସହର ସୀମା ସିଲ୍‌

୧୫ଦିନ ପର୍ଯ୍ୟନ୍ତ ଗଞ୍ଜାମର ସବୁ ସହର ସୀମା ସିଲ୍‌

ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଆତଙ୍କ ଖେଳାଇଛି। ଗାଁରୁ ସହର ସଂକ୍ରମଣ ବ୍ୟାପିଗଲାଣି। କରୋନା ପ୍ରଭାବରେ ଜିଲ୍ଲାର ସହରାଞ୍ଚଳ ବେଶି ପ୍ରଭାବିତ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ୧୮ଟି ଯାକ ସହରାଞ୍ଚଳକୁ ୫ଦିନ ପାଇଁ ସଟ୍‌ଡାଉନ୍‌ କରି ସମୂହ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଗତକାଲି ମଧ୍ୟରାତ୍ରିରୁ ସଟ୍‌ଡାଉନ୍‌ ଅବଧି ଶେଷ ହୋଇଛି। ସହରରେ ଗହଳି ହୋଇ ପୁଣି କରୋନା ସ˚କ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଗାଁ-ସହର ଲିଙ୍କ୍‌ କାଟିବାକୁ ବ୍ରହ୍ମପୁର ମହାନଗର, ହିଞ୍ଜଳି ପୌରାଞ୍ଚଳ ଓ ୧୬ଟି ଏନ୍‌ଏସିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ଦିନ ପାଇଁ ସିଲ୍‌ କରାଯାଇଛି।

ସହରାଞ୍ଚଳ ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ କି ସହରାଞ୍ଚଳରୁ କେହି ବାହାରକୁ କୌଣସି ବ୍ଲକ୍‌କୁ ଯାଇ ପାରିବେନି। ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ ରୋକ୍‌ ଲଗାଯାଇଛି। ଜରୁରୀ କ୍ଷେତ୍ରରେ ସମ୍ପୃକ୍ତ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ଆଣି ଯାଇ ପାରିବେ। କୃଷି ସମ୍ବନ୍ଧୀୟ ଓ ମତ୍ସ୍ୟ, ପଶୁପାଳନ ଏବ˚ ମଣ୍ତି କ୍ଷେତ୍ରରେ କଟକଣା କୋହଳ ରହିବ। ସ୍ଥାନୀୟ ପୁଲିସ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବ୍ରହ୍ମପୁର ମହାନଗର, ହିଞ୍ଜଳି ପୌରସ˚ସ୍ଥା ଓ ଏନ୍‌ଏସି କର୍ତ୍ତୃପକ୍ଷ ଏହି କଟକଣା ସ˚କ୍ରାନ୍ତରେ ଜନସାଧାରଣଙ୍କୁ ଡାକବାଜି ଜରିଆରେ ଅବଗତ କରାଉଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।