You are currently viewing ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

  • Post category:ଓଡିଶା
  • Reading time:1 mins read

କାକଟପୁର (ଏଏନଏସ)୩୧/୦୫, କାକଟପୁର-କୋଣାର୍କ ମୁଖ୍ୟ ରାସ୍ତା କୁଣ୍ଢେଇ ତିନି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ମୁନା ସାହୁ। ତାଙ୍କ ଘର କାକଟପୁର ଥାନା ଅନ୍ତର୍ଗତ ଶ୍ରୀ ଚନ୍ଦନପୁର ଅଞ୍ଚଳରେ। ଆହତଦ୍ୱୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ୨ଜଣ ଯୁବକ ଘରକୁ ଫେରୁଥିଲେ। ଏହି ସମୟରେ ତିନିଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣେ ବାଇକ୍ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ଅଟୋ ଡ୍ରାଇଭର ଆହତ ହୋଇଥିଲେ। ଉଭୟ ଗାଡି ଦ୍ରୁତ ଗତିରେ ଥିବାରୁ ଦୁର୍ଘଟଣା ଘଟିଛି । ପୋଲିସ ଆହତମାନଙ୍କୁ ଉଦ୍ଧାର କରି ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।