You are currently viewing ହବିଷ୍ୟାଳିଙ୍କୁ ମାଡ

ହବିଷ୍ୟାଳିଙ୍କୁ ମାଡ

  • Post category:ଓଡିଶା
  • Reading time:1 mins read

ପୁରୀ (୧୨.୧୦.୨୨) : ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ ଓ ଦୁର୍ବ୍ୟବହାର ହୋଇଛି । ଆଜି ଜଣେ ସେବାୟତ ଏଭଳି କାଣ୍ଡ ଘଟାଇ ଥିବା ହବିଷ୍ୟାଳିମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ କରାଯାଇଥିବା ହବିଷ୍ୟାଳି ଶିବିରରେ ଏମାନେ ରୁହନ୍ତି ।

ମାଡ ଖାଇବା ପରେ ଗୋଡ, ହାତ ଓ ବେକରେ ଗୁରୁତର ଆଘାତ ଲାଗିଛି । ତେବେ ହବିଷ୍ୟାଳି ଜଣଙ୍କ ବହ୍ମଗିରି ଅଞ୍ଚଳର କୁମାରୀ ନାୟକ ବୋଲି ଜଣା ପଡିଛି । ଶ୍ରୀମନ୍ଦିରରୁ ହବିଷ୍ୟାଳି ଶିବିରକୁ ଫେରିବା ପରେ ସେ ଏ ନେଇ ସହାୟତା କେନ୍ଦ୍ରରେ ଅଭିଯୋଗ କରିଛନ୍ତି ।

ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଜଣେ ସେବାୟତ ମାଗଣା ଖାଇବାକୁ ଆସିଛ ବୋଲି କହିଥିଲେ । ଏହାକୁ ବିରୋଧ କରିବା ପରେ ସେବାୟତ ଜଣେ ଚଟକଣା ଦେଇଥିଲେ ।

ଏହା ପରେ ସେ ତଳେ ପଡିଯାଇଥିଲେ । ସେ ବଡ କଷ୍ଠରେ ଶିବିରକୁ ଫେରିଥିବା କହିଛନ୍ତି । ମାଡ ଜୋରରେ ହୋଇଥିବାରୁ ସେ ଚାଲିବୁଲି ପାରୁ ନାହାନ୍ତି । ଆଉଜଣେ ମହିଳା ମଧ୍ୟ ଅଭିଯୋଗ କରିଛନ୍ତି । ତାଙ୍କୁ ମଧ୍ୟ ଜଣେ ସେବାୟତ ଦୁର୍ବ୍ୟବହାର କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।