You are currently viewing ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ

ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ ଗଲା କିଛି ଦିନ ହେବ ବର୍ଷା ଲାଗି ରହିଥିଲା । ବଙ୍ଗୋପସାଗରରେ ଲଘୁଚାପ ହେବା ଫଳରେ ରାଜ୍ୟର ଅନେକ ଅଞ୍ଚଳରେ ଛେଚୁଥିଲା ବର୍ଷା । ଲଗାଣ ବର୍ଷା ଫଳରେ ରାଜ୍ୟର ତିନୋଟି ନଦୀ ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଇଁ ଅନେକ କ୍ଷୟକ୍ଷତି ହୋଇଛି । ଚାଷ ଜମି ନଷ୍ଟ ହେବାସହ, ଗାଁ ଓ ଦୋକାନ ବଜାରରେ ପାଣି ପଶିଯାଇ ଅନେକ ସାମଗ୍ରୀର କ୍ଷୟକ୍ଷତି ହୋଇଛି ।

କିଛି ଅଞ୍ଚଳରେ ପୋଲ ଭାସିଯିବା କାରଣରୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେ ଲଘୁଚାପ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ପ୍ରବଳ ବର୍ଷାର ଆଶଙ୍କା କରି ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣି ଜାରି କରାଯାଇଛି । ସେଗୁଡ଼ିକ ହେଲା, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ନବରଙ୍ଗପୁର ।

ଅନ୍ୟମାନଙ୍କୁ ଜଣାନ୍ତୁ।