You are currently viewing ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା

  • Post category:ଓଡିଶା
  • Reading time:1 mins read

ଢେ଼ଙ୍କାନାଳ, ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି । ବାରମ୍ବାର ଫର୍ମ ପକାଇବା ସତ୍ତେ୍ୱ ବି ମିଳୁନି ଖଣ୍ଡେ ଆବାସ ଗୃହ । ସୂଚନା ଅନୁସାରେ, ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ସଦାଶିବପୁର ପଞ୍ଚାୟତ ତେନ୍ତୁଳିଆପଡ଼ା ଗ୍ରାମର ଜୁଆଙ୍ଗ ଆଦିବାସୀ ସାହିରେ ବାସ କରନ୍ତି ଶୋଭା ବେହେରା । ତାଙ୍କ ଅଭିଯୋଗ ଯେ, ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ଫର୍ମ ଭରିବା ସତ୍ତେ୍ୱବି ଆବାସ ଘର ଖଣ୍ଡେ ପାଇପାରୁନାହାଁନ୍ତି ।

ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶୋଭା । ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ସଦାଶିପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଫୋନ ଯୋଗେ ଯୋଗାଯୋଗ କରିବାରୁ, ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଦୁଇରୁ ତିନି ମାସ ଭିତରେ ସେ ସମ୍ପର୍କରେ ବୁଝାସୁଝା କରି ଆବାସଗୃହ ପାଇଁ ସହଯୋଗ କରିବେ । ବାକି ରହିଲା ଦେଖିବାକୁ କେବେ ଶୋଭାଙ୍କୁ ମିଳୁଛି ଆବାସ ଯୋଜନା ।

ଅନ୍ୟମାନଙ୍କୁ ଜଣାନ୍ତୁ।