You are currently viewing ପ୍ରବାଦ ପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଲେ ନବୀନ

ପ୍ରବାଦ ପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଲେ ନବୀନ

ଭୁବନେଶ୍ୱର, ଆଜି ରାଜ୍ୟ ପାଳନ କରୁଛି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୫ ତମ ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହେଉଥିବାବେଳେ ରାଜଧାନୀ ଭୁବନେନେଶ୍ୱରରେ ମଧ୍ୟ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରାଯାଉଛି ।

ବିଜୁ ପଟ୍ଟନାୟକ ପାର୍କଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରିଛନ୍ତି । ଏହି ଅବସରରେ କଟକଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲ ରାଲି ଆୟୋଜିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ବିଜୁ ବାବୁଙ୍କ ନାମରେ ନାମିତ ହୋଇଥିବା ବିଜୁଜନତା ଦଳ ଦୀର୍ଘ ୨୦ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।