sanjaya & pratap

ନୂଆ ଦାୟିତ୍ୱ ନେଲେ ପ୍ରତାପ ଓ ସଞ୍ଜୟ ଦାସବର୍ମା 

  • Post category:ଓଡିଶା
  • Reading time:1 mins read

ଏଏନଏସ: ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ମିଳିଲା ବଡ ଦାୟିତ୍ୱ । ସୂଚନା ଅନୁଯାୟୀ ପ୍ରତାପ ଜେନାଙ୍କୁ କେନ୍ଦ୍ରପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଥିବା ବେଳେ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ନିଯୁକ୍ତି ମିଳିଛି। ଉଭୟ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି। ଏନେଇ ଦଳ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି । 

ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ ଦାସବର୍ମା କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି, ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି। ଏବେ ବି ମତେ ଦଳ ପକ୍ଷରୁ ଯେଉଁ ଦାୟିତ୍ଵ ମିଳିଛି ତାକୁ ମୁଁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। 

ଅନ୍ୟମାନଙ୍କୁ ଜଣାନ୍ତୁ।