You are currently viewing ଭଦ୍ରକର ଐତିହାସିକ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ

ଭଦ୍ରକର ଐତିହାସିକ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ

  • Post category:ଓଡିଶା
  • Reading time:1 mins read

ଭଦ୍ରକ (ଏଏନଏସ): କିମ୍ବଦନ୍ତୀ ଅନୁସାରେ ମା ଭଦ୍ରକାଳୀଙ୍କ ନାମାନୁସାରେ ଜିଲ୍ଲାର ନାମ ଭଦ୍ରକ ହୋଇଛି ବୋଲି କୁହାଯାଏ। ଓଡିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା। ଆଉ ମାତ୍ର ମଝିରେ ଗୋଟିଏ ଦିନ ପରେ ଧରା ପୃଷ୍ଠକୁ ଓହ୍ଲାଇ ଆସିବେ ମା କାଳୀ। ଶହେ ଶହ ବର୍ଷ ଧରି ପୂଜା ପାଇଁ ଆସୁଥିବା ମା ଭଦ୍ରକାଳୀ ପୀଠ ଏବେ ଚଳଚଞ୍ଚଳ ହୋଇଛି। କାଳୀପୂଜା ଠାରୁ ମା ଭଦ୍ରକାଳୀ ୭ ଦିନ ଧରି ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ପୂରା ଜିଲ୍ଲା ଏବେ ଚଳଚଞ୍ଚଳ ହୋଇଛି। 

ମା ଭଦ୍ରକାଳୀ ପୀଠ ସମେତ ଚରମ୍ପା ଅଞ୍ଚଳରେ ୯ଟି ମେଢ ଏବଂ ରାଜଘାଟ କାଳୀ, ସନ୍ଥିଆ କାଳୀ, ପୁରୁଣା ବଜାର କାଳୀ ଏବେ ଶେଷ ପର୍ଯ୍ୟାୟରେ। ଜିଲ୍ଲା ବାହାରୁ ମଧ୍ୟ୍ୟ ଲକ୍ଷ୍ୟଲକ୍ଷ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ଏହି ମାଙ୍କ ପୂଜାରେ। ବିଶେଷ କରି ଦେଖିବାକୁ ଗଲେ ଚରମ୍ପା ଅଞ୍ଚଳରେ ୯ଟି ମେଢ଼ ସହ ୯ଟି ମଣ୍ଡପରେ ମା ପୂଜା ପାଇଥାଆନ୍ତି ଯଥା- ପଥର କାଳୀ, ଡଗରାସାହି କାଳୀ, pw କାଳୀ, ରେଲୱେ କାଳୀ, କାଉଡ଼ିଆ ସେବା ସଂଘ କାଳୀ, ନୂଆ ବସଷ୍ଟାଣ୍ଡ କାଳୀ, ଚରମ୍ପା ସ୍କୁଲ୍ ରୋଡ କାଳୀ, ନବଗ୍ରହ ମନ୍ଦିର କାଳୀ, ଏରେଇଁ କାଳୀ । ସବୁଠି ମନଲୋଭା ତୋରୋଣ ସଜାଇବାରେ ଲାଗିପଡିଛନ୍ତି କାରିଗର ମାନେ। ତେବେ ଚଳିତ ବର୍ଷ ୭ ଦିନ ଧରି ମାଙ୍କ ପୂଜା ପାଳିତ ହେବାକୁ ଥିବା ବେଳେ ଜିଲ୍ଲା ତଥା ରାଜ୍ୟରୁ ବହୁ ଲୋକଙ୍କ ସମାଗମ ହେବା କାରଣରୁ ସମସ୍ତ ପୂଜା କମିଟି ମାନଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କିପରି  ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ପୂଜା ବୁଲି ମନୋରଞ୍ଜନ କରିପାରିବେ ସେଥିପାଇଁ ଯତ୍ନବାନ ରହିବା ସହ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।