You are currently viewing ରାଜ୍ୟରେ ବିଜେପି-ବିଜେଡି କଡା ଟକ୍କର : ଓଡିଶା ବିଧାନସଭା ବିଜେପି ଆଗୁଆ

ରାଜ୍ୟରେ ବିଜେପି-ବିଜେଡି କଡା ଟକ୍କର : ଓଡିଶା ବିଧାନସଭା ବିଜେପି ଆଗୁଆ

ଏଏନଏସ: ସକାଳ ୮ରୁ ଆଜି ସାରା ଦେଶରେ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ସୂଚନା ମୁତାବକ ଦେଶରେ ଏନଡିଏ ମେଣ୍ଟ ଆଗୁଆ ଥିବା ବେଳେ ରାଜ୍ୟରେ ବିଜେପି ଆଗୁଆ ରହିଥିବାର ସୂଚନା ମିଳିଛି । ରାଜ୍ୟର ଅନେକ ବିଧାନସଭା ଆସନରେ ଶାସକ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବାର ଦେଖିବାକୁ ମିଳିଛି । ଭୁବନେଶ୍ୱର ବିଧାନସଭା ଆସନର ମଧ୍ୟମ ଓ ଉତ୍ତର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ମାନେ ଆଗୁଆ ଥିବା ବେଳେ ଏକାମ୍ର ବିଧାନଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଆଗୁଆ ଅଛି । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଆଗୁଆ ଥିବାର ସୂଚନା ମିଳିଛି। ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ଆଗୁଆ ରହିଥିବାର ଖବର ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।