You are currently viewing ୩୧୦ ଗ୍ରାମର ଧଳାଜହର ଜବତ, ବେପାରୀ ଗିରଫ

୩୧୦ ଗ୍ରାମର ଧଳାଜହର ଜବତ, ବେପାରୀ ଗିରଫ

ଖୋର୍ଦ୍ଧା(ଏଏନଏସ)୧୩.୦୧.୨୦୨୨, ରାଜ୍ୟରେ ବଢ଼ିବାରେ ଲାଗିଛି ଧଳାଜହର କାରବାର । ପ୍ରତିଦିନ ରାଜ୍ୟରୁ ବିପୁଳ ପରିମାଣର ଧଳା ଜହର ଜବତ୍ ହେଉଛି । ଆଜି ଖୋର୍ଦ୍ଧା ଗୁରୁଜଙ୍ଗ ସାହିରେ ଚଢାଉ କରି ୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ । ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ବେପାରୀ ଜଣକ ହେଲେ ରାଜକିଶୋର ସୁନ୍ଦରାୟ ଆଲିଆସ୍ ଗୁଟୁ । ପୂର୍ବରୁ ଗୁଟୁ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହଇଥିଲା । ମାତ୍ର ଗତ କିଛି ଦିନ ହେଲା ଜାମିନରେ ଆସିଥିଲା ।
ସୂଚନାଯୋଗ୍ୟ ଯେ, ୨୦୨୦ରୁ ଆଜି ଯାଏ ଏସ୍‌ଟିଏଫ୍‌ ୪୪ କେଜି ବ୍ରାଉନସୁଗାର ଜବତ କରିଛି । ଏହାସହ ୮୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୧୨୧ ଜଣ ବେପାରୀଙ୍କୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।