You are currently viewing କରୋନା‌ରେ ମୃତ ପୁଲିସଙ୍କୁ ମିଳିବ ଅବଶିଷ୍ଟ ଚାକିରି କାଳର ଦରମା!

କରୋନା‌ରେ ମୃତ ପୁଲିସଙ୍କୁ ମିଳିବ ଅବଶିଷ୍ଟ ଚାକିରି କାଳର ଦରମା!

  • Post category:ଓଡିଶା
  • Reading time:1 mins read

କଟକ, ପୁଲିସ ଡିଜି ଅଭୟ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଜି ଓ ଜିଲ୍ଲା ଏସ୍‌ପି, ଡିସିପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିଥିଲେ। ରାଜ୍ୟରେ କରୋନା ସ୍ଥିତି ଯେଭଳି ଭୟଙ୍କର ହେଲାଣି ସେ ନେଇ ସାଧାରଣ କଟକଣା କିଭଳି କଡ଼ାକଡ଼ି କରାଯିବ, ସେ ସମ୍ପର୍କରେ ଡିଜି ଆଲୋଚନା କରିଥିଲେ। ପୁଲିସ କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମ ସହିତ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ ଏବଂ ମୃତ୍ୟୁ ପରେ ଅବଶିଷ୍ଟ ଚାକିରି ସମୟର ପୂର୍ଣ୍ଣ ଦରମା କିଭଳି ପ୍ରଦାନ କରାଯିବ, ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ଏବେ ଖୋଲିଥିବା ଅସ୍ଥାୟୀ ବିଟ୍ ହାଉସ୍ ଓ ଫାଣ୍ଡି ସଂପର୍କରେ ବି ସମୀକ୍ଷା କରିଛନ୍ତି ଡିଜି। ଓଡ଼ିଶା ସ୍ବତନ୍ତ୍ର ସଶସ୍ତ୍ର ପୁଲିସ ବଳର ଉପଯୁକ୍ତ ବ୍ୟବହାର ଓ ମୁତୟନ ସମ୍ପର୍କରେ ବି ବୈଠକରେ ଆଲୋଚନା କରାଯାଇଥିଲା। ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ବିଚାରାଧୀନ ମାମଲା ଗୁଡ଼ିକୁ ତ୍ବରାନ୍ବିତ କରିବାକୁ ଡିଜି ଜିଲ୍ଲା ପୁଲିସ ମୁଖ୍ୟଙ୍କୁ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।