You are currently viewing ରଣପୁର କଲେଜରେ ନାମ ଲେଖା ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ

ରଣପୁର କଲେଜରେ ନାମ ଲେଖା ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ

ନୟାଗଡ଼, ଚଳିତ ଶିକ୍ଷା ବର୍ଷ ପାଇଁ ନୟାଗଡ଼ ଜିଲ୍ଲା ରଣପୁର କଲେଜରେ ଚାଲିଛି ନାମ ଲେଖା ପ୍ରକ୍ରିୟା । ମାତ୍ର ଏହି ପ୍ରକ୍ରିୟାରେ କିଛି ଦୁର୍ନୀତି ହେଉଥିବାର ଅଭିଯୋଗ କରିଛନ୍ତି କିଛି ଛାତ୍ର । ଅଭିଯୋଗ ଅନୁଯାୟୀ ଧନ୍ଦା ମୂଳକ ଶିକ୍ଷାରେ ନାମ ଲେଖା ସମୟରେ ସମ୍ପୃକ୍ତ କଲେଜର କିରାଣୀ ୫୦୦ଟଙ୍କା ଲେଖାଏଁ ଅଧିକ ଟଙ୍କା ବିନା ରସିଦରେ ନେଉଛନ୍ତି ।

ଅଭିଯୋଗ କଲେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହେଉନାହିଁ । ଏଥିପ୍ରତି ଉଚ୍ଚଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କ ପକ୍ଷରୁ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।