You are currently viewing ନିଖୋଜଙ୍କ ମୃତଦେହ ଉଦ୍ଧାର

ନିଖୋଜଙ୍କ ମୃତଦେହ ଉଦ୍ଧାର

ପୁରୀ, ପୁରୀ ସମୁଦ୍ରରେ ନିଖୋଜ ହୋଇଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ପିଙ୍କହାଉସ ବେଳାଭୂମୀ ନିକଟରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ, ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ୭ ଜଣ ଭାସିଯାଇଥିଲେ | ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ନୋଳିଆ ୬ ଜଣଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ଆଉ ଜଣେ ସମୁଦ୍ରରେ ନିଖୋଜ ରହିଥିଲେ | ଆଜି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଝାଡ଼ଖଣ୍ଡର ଦୀପକ କୁମାର ବୋଲି ଜଣାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।