You are currently viewing ବଢୁଛି ହୀରାକୁଦ ଜଳସ୍ତର

ବଢୁଛି ହୀରାକୁଦ ଜଳସ୍ତର

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର : ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଛତିଶଗଡ କଲମା ବ୍ୟାରେଜ ଖୋଲିବା ପରେ ବଢିବାରେ ଲାଗିଛିହୀରାକୁଦରେ ଜଳସ୍ତର । କଲମା ଗେଟ ଖୋଲିବା ପରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୭ହଜାର ୨୬୩ କୁ୍ୟସେକ ଜଳ ପ୍ରବେଶ କରୁଛି । ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୦୬ ଦଶମିକ ୪୩ ଫୁଟ ରହିଛି । ଉପର ମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୭ ହଜାର ୨୬୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୩୬ ହଜାର ୮୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ, ଜଳସ୍ତର ବଢ଼ିବା ଆଶଙ୍କା କରି କଲମାର ବ୍ୟାରେଜର ସମସ୍ତ ଗେଟ ଖୋଲି ଦେଇଛି ଛତିଶଗଡ । ଯାହା ଫଳରେ ମହାନଦୀର ତଳମୁଣ୍ଡକୁ ପାଣି ମାଡି ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।

ଅନ୍ୟମାନଙ୍କୁ ଜଣାନ୍ତୁ।