You are currently viewing ଅସହ୍ୟ ହେଉଛି ତାତିର ପ୍ରକୋପ

ଅସହ୍ୟ ହେଉଛି ତାତିର ପ୍ରକୋପ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର(ଏଏନଏସ)୨୧/୦୫, ରାଜ୍ୟକୁ ପୁଣି ଫେରିଛି ତାତି । ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଖରାଠାରୁ ଅଧିକ ଅସହ୍ୟ ହୋଇଯାଇଛି ଗୁଳୁଗୁଳି । ଉପକୂଳବାସୀ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି । ଆସନ୍ତା ୨୩ଯାଏଁ ତାତିରୁ ନିସ୍ତାର ନାହିଁ । ଶୁକ୍ରବାର ୪୩ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଭୁବନେଶ୍ଵରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ସୁଚନା ମିଳିଛି । ମିଆଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଲେ ମଧ୍ୟ ଓଡିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।