cash

ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ: କାର୍‌ ଭିତରୁ ୫କୋଟି ଟଙ୍କା ଠାବ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ନିର୍ବାଚନ ସମୟରେ ଅଧିକ ସକ୍ରିୟ ରହିଛନ୍ତି ପୋଲିସ ଓ ଆୟକର ବିଭାଗ। ଆୟକର ବିଭାଗ ଗାଡ଼ି ଯାଞ୍ଚ ବେଳେ ଏକ ଦାମୀ କାର୍‌ ଭିତରୁ ୫କୋଟି ଟଙ୍କା ଠାବ କରିଛି। ସୂଚନାଯୋଗ୍ୟ ଭୁବନେଶ୍ୱର ସୂର୍ଯ୍ୟନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏହି ଟଙ୍କା ଜବତ ହୋଇଛି।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏକ ଫର୍ଚୁନର ଗାଡ଼ିରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଚଢ଼ାଉ କରାଯାଇଥିଲା। ଜବତ ଟଙ୍କା ଯାଜପୁର ଅଂଚଳର ଜଣେ ଠିକାଦାରଙ୍କର ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଠିକାଦାରଙ୍କ ନା ନିହାର ରଂଜନ। ଠିକାଦାର ନିହାର ରଂଜନଙ୍କ ଯାଜପୁର ବାସଭବନରେ ଆୟକର ବିଭାଗ ଏବେ ଚଢ଼ାଉ ଜାରି ରଖିଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।