You are currently viewing କାଚରାସାହି ସରପଞ୍ଚଙ୍କ ବିଜେଡ଼ିରେ ଯୋଗଦାନ

କାଚରାସାହି ସରପଞ୍ଚଙ୍କ ବିଜେଡ଼ିରେ ଯୋଗଦାନ

କୋରେଇ, ଗତକାଲି ବିଜେପି ଛାଡିଥିବା କାଚରାସାହି ସରପଚଂ ସସ୍ମିତା ତରେଇ କୋରେଇ ବିଜେଡିରେ ଯୋଗ ଦେଇଛନ୍ତି । ସରପଚଂଙ୍କ ସମେତ ବିଭିନ୍ନ ଦଳର ପୁରୁଣା ଓ ନୁଆ ଯୁବନେତା ମାନେ ସରପଚଂଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । କୁଆଖିଆ ବଜାର ସ୍ଥିତ କୋରେଇ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ବ୍ଲକ ବିଜେଡି ସଭାପତି ଭକ୍ତ ବତ୍ସଳ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଅଶୋକ ବଳ ଉପସ୍ଥିତ ରହି ସରପଚଂଙ୍କ ସମେତ ବିଭିନ୍ନ ଦଳର ପୁରୁଖା ଓ ଯୁବ ନେତୃବୃନ୍ଦଙ୍କୁ ଉତରୀୟ ସହ ପୁଶ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ୨୦୧୮ ମସିହାରେ କନ୍ତୋର ପଚାଂୟତରୁ ବିଭାଜିତ ହୋଇ ନବଗଠିତ କାଚରାସାହି ପଚାଂୟତ ଗଢି ଉଠିଥିବାବେଳେ ଉନ୍ନତୀ ଦିଗରେ ସମ୍ପୃକ୍ତ ପଚାଂୟତକୁ ଆଗେଇ ନେବା ପାଇଁ ବିଜେଡି ଦଳରେ ସରପଚଂ ଶୀମତି ତରାଇଙ୍କ ଯୋଗଦାନ ନୁତନ ବାଟ ଫିଟାଇବ ବୋଲି ବିଧାୟକ ଶ୍ରୀ ବଳ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା କୋରେଇ ବିଧାୟକ ଅଶୋକ ବଳଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସରପଚଂ ଶ୍ରୀମତି ତରାଇ ଯୋଗଦେଇଥିବା କହିଥିବାବେଳେ ଶାସକ ଦଳରେ ତାଙ୍କର ଏହି ଯୋଗଦାନ ଅଧା ବିକାଶରେ ଅଟକିଥିବା ନବଗଠିତ ଏହି ପଚାଂୟତର ଅଧୂରା ସ୍ୱପ୍ନକୁ ପୁରଣ କରିବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତାରକେଶ୍ୱର ମହାନ୍ତି, ପଚାଂୟତ ସଭାପତି ଗୈାରୀଶଙ୍କର ମହାପାତ୍ର, ଯୁବ ସଭାପତି ଅମୁଲ୍ୟ ପୃଷ୍ଟି, ସମିତିସଭ୍ୟ ତିଳୋତମା ସେଠୀ, ବାଉରୀବନ୍ଧୂ ଜେନା, ଅଞ୍ଜଳୀ ଜେନା, ବିଜୟ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।