You are currently viewing ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜରିମାନା

ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜରିମାନା

ଭୁବନେଶ୍ୱର, ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାବାସୀଙ୍କୁ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, “କରୋନା ସଂକ୍ରମଣ ରକ୍ଷା କରିବାରେ ମା’ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ପୁରୁଷ ଲୋକମାନେ ଘରୁ ବାହାରିବାବେଳେ ତାଙ୍କୁ ମାସ୍କ ପିନ୍ଧାନ୍ତୁ । ଆମେ ଯଦି ଲକଡାଉନ ଓ ସଟଡାଉନକୁ ପସନ୍ଦ କରୁନାହେଁ ତେବେ କରୋନା କଟକଣାକୁ ସମସ୍ତେ ମାନିବା ଜରୁରୀ । ମାସ୍କ ନପିନ୍ଧିଲେ ଦୁଇଗୁଣା ଜରିମାନା ଆଦାୟ କରାଯିବ । ଯଦି ଆମେ ଆମ ରୋଜଗାରକୁ ବଞ୍ଚେଇବାକୁ ଚାହୁଁଛେ ତେବେ କରୋନା କଟକଣାକୁ କଡାକଡିଭାବେ ପାଳନ କରନ୍ତୁ । ଏବେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି । ଏହି ମହାମାରୀ କେତୋଟି ଲହର ଅତିକ୍ରମ କରିବ ଆମକୁ ଜଣାନାହିଁ । ତେବେ ମା’ମାନେ ଚାହିଁଲେ କରୋନା ସଂକ୍ରମଣକୁ ଆମେ ହଟେଇ ଦେଇ ପାରିବା ।”

ଅନ୍ୟମାନଙ୍କୁ ଜଣାନ୍ତୁ।