You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ମଧ୍ୟପ୍ରଦେଶ ଖରଗୋନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରତ ପେଟ୍ରୋଲିୟମ ଡିଜେଲ ବୋଝେଇ ଗାଡି ଓଲଟି ପଡିବାରୁ ତେଲ ଚୋରି କରୁଥିଲେ ଲୋକେ । ଏହା ପରେ ଟାଙ୍କି ଫାଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି ।
୨. କୋଲକାତର ଉତ୍ତର ବେରକପୁର ପାଖରେ ଦେଶୀ ବୋମା ବିସ୍ଫୋରଣରେ ୭ ବର୍ଷର ପିଲା ମୃତ । ଏହି ଘଟଣାରେ ଅନ୍ୟ ଜଣେ ପିଲା ଗୁରୁତ୍ୱର ହୋଇ ଚିକିତ୍ସିତ ହେଉଛନ୍ତି । ପିଲାମାନେ ବମ୍‌କୁ ବଲ ଭାବି ଖେଳୁଥିବା ବେଳେ ଏହି ଘଟଣା ଘଟିଥିଲା ।
୩. ରୁଷ-ୟୁକ୍ରେନ ଯୁଦ୍ଧରେ ଡର୍ଟି ବୋମାକୁ ନେଇ ଚର୍ଚ୍ଚା । ୟୁକ୍ରେନ ଡର୍ଟି ବମ ପକାଇବାକୁ ଯୋଜପା କରୁଥିବା ଅଭିଯୋଗ ଆଣିଛି ରୁଷ । ଏ ନେଇ ଜାତିସଂଘ ସୁରକ୍ଷା ପରିଷଦର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି ।
୪. ମିଆଁମାର ସେନା ପକ୍ଷରୁ ବିଦ୍ରେହୀଙ୍କ ଉପରେ ଆକ୍ରମଣ ବଢି ଚାଲିଛି । ଏପରି କି ନିଜ ଦେଶର ଲୋକମାନଙ୍କ ଉପରେ ବି ବିମାନ ଆକ୍ରମଣ କରିବାକୁ ପଛାଉ ନାହିଁ ସେନା । ରବିବାର ରାତିରେ କାଚିନ ମୁକ୍ତି ସଂଗଠନର ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ ଏକତ୍ରୀତ ହୋଇଥିବା ଶହ ଶହ ଲୋକଙ୍କ ଉପରେ ମିଆମାର ସେପା ବିମାନ ଆକ୍ରମଣ କରିଥିଲା ।
୫. ଘର ଭିତରୁ ଯୁବକଙ୍କ ମୃତ ଦେହ ଠାବ । ମୃତ ଯୁବକ ଜଣକ ଭୋଗରାଇ ବ୍ଲକ ଅନ୍ତର୍ଗତ ସରବଣୀ ଗ୍ରାମର ଶମ୍ଭୁ ଭଞ୍ଜ । ଯୁବକଙ୍କୁ ହତ୍ୟା କରାଯାଉଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
୬. ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ଉଦ୍ଧାର ହେଲେ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ । ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଭାଙ୍ଗି ଯାଇଥିଲା ବୋଟ । ସମୁଦ୍ରରେ ଶୋଲ ଧରି ଭାସୁଥିବା ବେଳେ ଉଦ୍ଧାର କଲେ ତଟରକ୍ଷୀ ବାହିନୀ । ସିତରଙ୍ଗ ବାତ୍ୟାର ପ୍ରଭାବରେ ବୁଡି ଯାଇଥିଲା ବୋଟ ।
୭. ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ମାରପିଟ । ମାର ପିଟରେ ମହିଳାଙ୍କ ଗର୍ଭପାତ ଅଭିଯୋଗ । ଭୁବନେଶ୍ୱର ପାଳହ ଥାନା ବାଙ୍ଗୁଆରି ଗାଁରୁ ଆସିଛି ଏପରି ଅଭିଯୋଗ । ଗତ ୨ ତାରିଖରେ ସୋନାଲି ପଣ୍ଡା, ଏବଂ ତାଙ୍କ ପରିବାର ଲୋକଙ୍କୁ କିଛି ଲୋକ ମାର ପିଟ କରିଥିଲେ ।
୮. ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ୭ ଜଣ ଆହତ । ଏହି ଘଟଣା ଘଯିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ରଘୁନାଥପୁର ଅଞ୍ଚଳରେ । ୭ ଜଣ ଆହତଙ୍କ ଭିତରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।
୯. ଆଜିଠାରୁ ଜମିବ କ୍ୟାମ୍ପେନିଂ । ଜୋରଦାର ହେବ ପ୍ରଚାର ଯୁଦ୍ଧ । ତିନି ରାଜନୈତିକ ଦଳ ହାଇଭୋଲଟେଜ୍ କ୍ୟାମ୍ପେନ ଚଲାଇଛନ୍ତି । ଧାମନଗର ପ୍ରଚାରକୁ ଜୋରଦାର କରିଛି ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି । ୬ଟି ଜୋନରେ ସମାବେଶ କରାଯିବ ।
୧୦. ବଦଳୁଛି ପାଗ । ରାଜ୍ୟରେ ଅନୁଭୁତ ହେଉଛି ଶୀତ । କିଛି ଦିନରେ ଜାଡରେ ଥରିବ ସାରା ସଡିଶା । ବିଶେଷକରି ପହିଲି ଶୀତରେ ଥରୁଛି କନ୍ଧମାଳ । କନ୍ଧମାଳ ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।