You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଗୁଜୁରାଟରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪୧ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଅହୁରି ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଏହି ଘଟଣାରେ ବିଜେପି ସାଂସଦଙ୍କ ୧୨ ଜଣ ସମ୍ପର୍କୀୟଙ୍କ ମଧ୍ୟ ଜୀବନ ଯାଇଛି ।
୨. ପରମାଣୁ ଓ ଏନର୍ଜି ବ୍ଲାକ୍ମେଲ ପରେ ଫୁଡ୍ ବ୍ଲାକ୍ମେଲ ଆରମ୍ଭ କରିଛି ରୁଷ୍ । ପୁଣି ଅବରୋଧ ହେବ ବ୍ଲାକ୍ ସି । ୟୁକ୍ରେନ୍ରୁ ଆସିପାରିବନି ବିଶ୍ୱ ବଜାରକୁ ଖାଦ୍ୟଶଶ୍ୟ । ୟୁକ୍ରେନ୍ରୁ ଖାଦ୍ୟଶଶ୍ୟ ରପ୍ତାନୀ ଚୁକ୍ତିରୁ ଓହରିଲା କ୍ରେମଲିନ୍ । ବ୍ଲାକ୍ ସି ଫ୍ଲିଟ୍ରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଅଭିଯୋଗ ବାହାନା କରି ଚୁକ୍ତି ବାତିଲ କରିଛି ରୁଷ୍ ।
୩. ଗୁଜୁରାଟରେ ତିଆରି ହେବ ସେନା ବିମାନ । ବଦୋଦରାରେ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଟାଟା ଓ ଏୟାରବସ ନିର୍ମାଣ କରିବେ ବାୟୁ ସେନାର ପରିବହନ ବିମାନ ସି-୨୯୫ । ଏହି ପ୍ରକଳ୍ପ ୨୨ କୋଟି ଟଙ୍କାର ।
୪. ରୁଷରେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ରିପ୍ଲେସମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୟୁକ୍ରେନ ପ୍ରତିରକ୍ଷା ଗୁଇନ୍ଦା ପ୍ରମୁଖ ଜେନେରାଲ କାୟରଲୋ ବୁଡାନୋଭ ଏହି ଦାବି କରିଛନ୍ତି । ରିପୋର୍ଟ ମୁତାବକ, ମେଜର ଜେନେରାଲ ବୁଡାନୋଭ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ପୁଟିନ ନିଜ ପଦରେ ରହିବାର ସମ୍ଭାବନା ରହିଛି।
୫. ଜୟପୁରକୁ ଉଡିଲା ବିମାନ । ପୂରଣ ହେଲା ଦୀର୍ଘ ଦିନର ଆଶା । ବିମାନ ଚଳାଚଳକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟି ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ଵାନ ଏୟାର ବିମାନର ଯାତ୍ରା ଆରମ୍ଭ । ଇଣ୍ଡିଆ ଓ୍ଵାନ ଏୟାର ସପ୍ତାହକୁ ୬ ଦିନ ଉଡାଣ ଭରିବ।
୬. ଗୁଜରାଟ ମୋର୍ବିରେ ଝୁଲା ପୋଲ ଦୁର୍ଘଟଣା ପରେ, ଧବଳେଶ୍ଵର ଝୁଲା ପୋଲ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପ୍ରତିକ୍ରିୟା ରଖିଛନ୍ତି। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଠାରେ ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ଵର ଝୁଲା ପୋଲ ।
୭. କେନ୍ଦୁଝର ସଦର ଥାନା କାନଝରି ଡ୍ୟାମରୁ ଆଜି ଏକ ମୃତଦେହ ଭାସୁଥିବା ଦେଖାଯାଇଛି। ୩ ଦିନ ତଳେ ଜଣେ ଯୁବକ ପାଣିରେ ବୁଡି ନିଖୋଜ ଥିବା ସନ୍ଦେହ କରାଯାଉଥିଲା। ଯୁବକ ଜଣକ ଘଟଗାଁ ବ୍ଲକ ସରାସପଶି ପଂଚାୟତ ଭାଲିକିପତାଳାର ପ୍ରତିକ ମହାନ୍ତ ବୋଲି ଜଣାପଡିଛି ।
୮. ଗାଁ ଦାଣ୍ଡରେ ମହିଳାଙ୍କୁ ନିର୍ଘାତ ମାଡ଼। ମାଡ଼ ମାରିଲେ ଜଣେ ଯୁବକ। ରାସ୍ତାରେ ପକାଇ ଦେଲେ ନିର୍ଯାତନା। ଉଦଳା ଥାନା ବରଡ଼ିହି ପଞ୍ଚାୟତ ପାଟଶାଣିପୁର ଗ୍ରାମରେ ଘଟିଛି ଏହି ଅଭାନୀୟ ଘଟଣା। ସୂଚନା ମୁତାବକ, ଜମି ନିକଟରେ ଥିବା ଗଛକୁ ନେଇ ବିବାଦର ଆରମ୍ଭ ହୋଇଥିଲା। ଏହି ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ କରିଥିଲେ ଯୁବକ।
୯. ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଶାନ୍ତ ରଣାକୁ ଗିରଫ କରିଛି ପୋଲିସ୍ । ତା’ଠାରୁ ଗୋଟିଏ ମାଉଜର ଓ ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି । ପୂର୍ବରୁ, ଏହି ହତ୍ୟା ଘଟଣାରେ ସଂପୃକ୍ତ ୬ ଜଣ ଗିରଫ ହୋଇଥିଲେ ।
୧୦. ଆଜିଠୁ ବଦଳିବ ପାଗ। ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା। ଗତ ୪୮ ଘଣ୍ଟା ମଧ୍ୟରେ ୩୪ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯.୧ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।