You are currently viewing କୋଭିଡ଼ କଟକଣା ନମାନିଲେ ମିଳିବ କଠୋର ଦଣ୍ଡ: ଏସ୍‌ଆରସି

କୋଭିଡ଼ କଟକଣା ନମାନିଲେ ମିଳିବ କଠୋର ଦଣ୍ଡ: ଏସ୍‌ଆରସି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ସେପ୍ଟେମ୍ବର ମାସଠାରୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ପ୍ରତିଦିନ ପ୍ରାୟ ୩ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଆକ୍ରାନ୍ତ ହେଉଛନ୍ତି ଟ୍ୱିନ ସିଟି ଅଞ୍ଚଳର । ଅର୍ଥାତ୍ ଭୁବନେଶ୍ୱର ଓ କଟକରେ ସଂକ୍ରମିତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ତେଣୁ ଆସନ୍ତା ବୁଧବାର ଦିନଠାରୁ କଟକଣା କଡ଼ାକଡ଼ି କରାଯିବ । ନିୟମ ଉଲଙ୍ଘନକାରୀଙ୍କୁ ମିଳିବ କଠୋର ଦଣ୍ଡ ।

ଏଭଳି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ତାସହିତ ମଧ୍ୟ କହିଛନ୍ତି ଯେ, ଲକଡାଉନ ଓ ସଟଡାଉନ କଟକଣା ଟ୍ୱିନସିଟିରେ କୋହଳ ହେବାପରେ ଲୋକ ଆଉ ମାନୁନାହାଁନ୍ତି କୋଭିଡ଼ କଟକଣା । ଏ ସମୟରେ ଜନସାଧାରଣଙ୍କୁ ସତର୍କ ରହିବା ସହ ସମସ୍ତ କଟକଣାକୁ ମାନିବାକୁ ପଡ଼ିବ । ଯଦି ସେମାନେ ନମାନନ୍ତି, ତେବେ ତାଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଫାଇନ ।

ଅନ୍ୟମାନଙ୍କୁ ଜଣାନ୍ତୁ।