onion

ଆକାଶ ଛୁଆଁ ପିଆଜ ଦର, ଅସନ୍ତୁଷ୍ଟ ଗ୍ରାହକ 

  • Post category:ଓଡିଶା
  • Reading time:1 mins read

 

ଏଏନଏସ: ଉପମୁହାଁ ହେଉଛି ପିଆଜ ଦର । ଗତ କିଛି ଦିନ ହେବ ରାଜ୍ୟରେ ଉପର ମୁହାଁ ପିଆଜ ଦର। କେଜି ୨୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୮୦ ଟଙ୍କାରେ ପହଁଚିଲାଣି। ସୂଚନାଯୋଗ୍ୟ ନାସିକରେ ପିଆଜ ମହଙ୍ଗା ହେବା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ଶୁଣିବାକୁ ମିଳିଛି। ଶୀତଦିନେ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ୍‌ ସେଥିରେ ପିଆଜ ବି ସାମିଲ ହୋଇଯିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ଗତ ୧୫ ଦିନତଳେ ସ୍ୱାଭାବିକ ଭାବେ ଖୋଲା ବଜାରରେ ପିଆଜ କିଲୋପ୍ରତି ମାତ୍ର ୨୦ ରୁ ୨୫ ଟଙ୍କା ରହିଥିଲା। ଏବେ ସହରାଞ୍ଚଳରେ ପିଆଜ କିଲୋପ୍ରତି ୬୦ ରୁ ୮୦ ଟଙ୍କାରେ ପହଁଚିଗଲାଣି। ସେହିଭଳି ଗ୍ରାମାଞ୍ଚଳରେ ପିଆଜ କିଲୋ ପ୍ରତି ୬୫ ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ଯାହାକୁ ନେଇ ଖାଉଟି ଅସନ୍ତୁଷ୍ଟ ହୋଇଛନ୍ତି। 

ଏହାରି ଭିତରେ ଗତକାଲି ଭୁବନେଶ୍ୱରରେ ଶସ୍ତାରେ ପିଆଜ ବିକିଛି କଂଗ୍ରେସ । ପିଆଜ ଦର ବଢିବା ନେଇ ରାଜନୀତି ବୟାନବାଜି ବି କମିନାହିଁ । ଏନେଇ କେନ୍ଦ୍ର ଉପରେ ଦୋଷ ଲଦିଛି ରାଜ୍ୟ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ପିଆଜର ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । 

ଅନ୍ୟମାନଙ୍କୁ ଜଣାନ୍ତୁ।