ପୁରୀ (ଏଏନଏସ): ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା। ପାନଗୁଟଖାକୁ ବ୍ୟାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ନୂଆବର୍ଷରୁ ତଥା ଜାନୁଆରୀ ୧ରୁ ଡ୍ରେସକୋର୍ଡ ଲାଗୁ ହେବା ଭଳି ପାନଗୁଟଖାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଥିବା ମଧ୍ୟ ସୂଚନା ରହିଛି। ଏହା ଉପରେ ଏନେଇ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଛି।

ଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା, ନୂଆବର୍ଷରୁ ଲାଗୁ ହେବ ଏହି ନିୟମ
- Post published:November 15, 2023
- Post category:ଓଡିଶା
- Reading time:1 mins read