You are currently viewing ପୁରୀ ଜିଲ୍ଲାରେ କାହାକୁ ମିଳିବ ବିଜେଡି ନେତୃତ୍ୱ ?

ପୁରୀ ଜିଲ୍ଲାରେ କାହାକୁ ମିଳିବ ବିଜେଡି ନେତୃତ୍ୱ ?

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଦଳର ଟାଣୁଆ ନେତା ପୁରୀ ଜିଲ୍ଲାର ମହେଶ୍ୱର ମହାନ୍ତିଙ୍କର ଇତି ମଧ୍ୟରେ ଦେହାନ୍ତ ହୋଇଛି ଜନତା ଦଳରୁ ତଥା ପୁରୀ ମୁନିସିପାଲିଟିର ଅଧ୍ୟକ୍ଷ ପଦବୀରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ମହାନ୍ତି ବିଜୁ ଜନତା ଦଳରେ ମଧ୍ୟ ସକ୍ରିୟ ଥିଲେ ପୁରୀ ଜିଲ୍ଲାରେ ବିଜୁ ଜନତା ଦଳର ସେ ଜଣେ ଟାଣୁଆ ନେତା ଥିଲାବେଳେ ସଂଗଠନ ଉପରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା ଇତି ମଧ୍ୟରେ ମହେଶ୍ୱର ମହାନ୍ତିଙ୍କର ପରଲୋକ ହୋଇଛି

 ଆଗକୁ 2024 ସାଧାରଣ ନିର୍ବାଚନ ଥିବା ବେଳେ ବିଜୁ ଜନତା ଦଳର ମଙ୍ଗୁଆଳ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା ଏକଦା ଦଳରେ କଣଢ଼େଶା ହୋଇ ରହିଥିବା ବେଳେ ବର୍ତମାନ ତାଙ୍କୁ ଦଳର ମୁଖ୍ୟ ସ୍ରୋତକୁ ଫେରାଇ ଆଣିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାସ ମନ୍ତ୍ରୀ ମଣ୍ଡଳରୁ ବାଦ ପଡି ପ୍ରାୟ ଏକ ପ୍ରକାର ନିରବ ରହିଛନ୍ତି ନିମାପଡା ବିଧାନସଭା କ୍ଷେତ୍ରରେ ସମୀରଙ୍କର ଆଉ ସେତେଟା ଦବଦବା ନାହିଁ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା କାକଟପୁର ବିଧାୟକ ତୁଷାର କାନ୍ତି ବେହେରାଙ୍କର ସଂଗଠନ ଉପରେ ସେତେଟା ଦଖଲ ନାହିଁ କହିଲେ ଭୁଲ ହେବ ନାହିଁ ପିପିଲି ବିଧାୟକ ରୁଦ୍ର ପ୍ରସନ୍ନ ମହାରଥୀ ରାଜନୀତିରେ ସମ୍ପୂର୍ଣ ନୂଆ, ସେ ତାଙ୍କର ଦିବଂଗତ ପିତା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉପ ନିର୍ବାଚନରେ ଭୋଟ ଜିତି ପିପିପିଲିରୁ ବିଧାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି

ଏସବୁକୁ ବିଚାରକୁ ନେଲେ ସଞ୍ଜୟ ଦାସ ବର୍ମାଙ୍କର ସାଙ୍ଗଠନିକ ଦକ୍ଷତା ଓ ନିର୍ବାଚନ ବୈତରଣୀ ପାର ହେବାର ଅନୁଭୂତି ଅଧିକ ରହିଛି। ତେବେ ଦେଖିବାକୁ ବାକି ରହିଲା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ  ପୁରୀ ଜିଲ୍ଲାର ନେତୃତ୍ୱ ଦେଉଛନ୍ତି।  

ଅନ୍ୟମାନଙ୍କୁ ଜଣାନ୍ତୁ।