baliyatra

ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା

ଭୁବନେଶ୍ୱର(ଏଏନଏସ): ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା। ଏନେଇ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ନିଲାମ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀମାନଙ୍କୁ ନେଇ ୧୦ ଟି ଟିମ ଗଠନ କରାଯାଇ ୧୦ ଟି ସ୍ଥାନରେ ପ୍ଲଟ ନିଲାମ ପ୍ରକ୍ରିୟା ଚାଲିଛି। ତେବେ ଲକ୍ଷାଧିକ ଲୋକଙ୍କ ସାମ୍ନାରେ ଭଲ ବ୍ୟବସାୟ ପ୍ରଦର୍ଶନ କରିବାର ଏହା ବଡ଼ ସୁଯୋଗ ବୋଲି ବ୍ୟବସାୟୀ କହିଛନ୍ତି।

 

ଅନ୍ୟମାନଙ୍କୁ ଜଣାନ୍ତୁ।