ଆଠଗଡ଼, କଟକ ଜିଲ୍ଲାର ଡାଳଭାଗ ଗାଁରେ ପୋଲିସ ଉପରକୁ ଗୁଳି ମାଡ଼ । ଏଥିରେ ଜଣେ କନେଷ୍ଟବଳ ଆହତ ହୋଇଥିବା ସୂଚନା ମିଳିଛି । ଜମି ହିତାଧିକାରୀ ଓ ଓପିଟିସିଏଲ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ହେବା କାରଣରୁ ଏହି ଘଟଣା ଘଟିଛି । ଏହି ଘଟଣା ପରେ ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଚୌଦ୍ୱାର ଏସଡିପିଓ, ୨ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ପାଇଁ ଟାୱାର ଲାଇନ ତାର ଟଣାଯିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ପୋଲିସ ଉପସ୍ଥିତିରେ ତାର ଟଣା ଯାଉଥିଲା । ଯେଉଁ ଚାଷୀଙ୍କ ଜମି ଉପରେ ତାର ଟଣା ଯାଉଥିଲା, ସେମାନେ ଏହାକୁ ବିରୋଧ କରିଥିଲେ । ତେବେ କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବାରୁ ଚାଷୀମାନେ ଏହାକୁ ବିରୋଧ କରିବା ସହ କ୍ଷତିପୂରଣ ମାଗିଥିଲେ ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ