ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ-ପରିଣୀତି, ସାମ୍ନାକୁ ଆସିଲା ବିବାହ ତାରିଖ

ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା। ଆସନ୍ତା ସେପ୍ଟେମ୍ବର ୨୪ରେ ରାଜସ୍ଥାନରେ ବିବାହ କରିବେ। ଏନେଇ ବିବାହର ନିମନ୍ତ୍ରଣ ପତ୍ର ବର୍ତ୍ତମାନ ସାମ୍ନାକୁ ଆସିସାରିଛି। ସଂଗୀତ,ମେହେନ୍ଦୀ ଓ ବାହାଘର ଏବଂ ଅନ୍ୟାନ୍ୟ କାର୍ୟ୍ୟକ୍ରମ ପାଇଁ ଭିନ୍ନ ଭିନ୍ନ ନିମନ୍ତ୍ରଣ ପତ୍ର କରାଯାଇଛି।

ଖବର ଅନୁଯାୟୀ ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ ବାହାଘରର ଆୟୋଜନ କରାଯାଇଛି। ବିବାହ ଉତ୍ସବରେ ସମ୍ପର୍କୀୟଙ୍କ ସମେତ ଖୁବ୍ କମ ଅତିଥି ଯୋଗ ଦେବାର ସୂଚନା ରହିଛି। ଅନ୍ୟପଟେ ବିବାହର ଅନ୍ୟାନ୍ୟ ଉତ୍ସବ ପାଇଁ ୨୨ତାରିଖରୁ ୨୫ ତାରିଖ ପର୍ୟ୍ୟନ୍ତ ପୂରା ତାଜ ପ୍ୟାଲେସ୍ ବୁକ କରାଯାଇଛି। ସେପ୍ଟେମ୍ବର ୨୪ରେ ବିବାହ ପରେ ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀରେ ଭୋଜି କରାଯିବ।

Leave A Reply

Your email address will not be published.