You are currently viewing ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ 

ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ 

  • Post category:ଓଡିଶା
  • Reading time:1 mins read

କଳାହାଣ୍ଡି (ଏଏନଏସ): ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ହେଲା ଉଦଘାଟନ କଳାହାଣ୍ଡିରେ ନବନିର୍ମିତ ଏହି ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୦୦ ସିଟରେ ନାମଲେଖା ପାଇଁ NMC ଠାରୁ ମଧ୍ୟ ଅନୁମତି ମିଳିଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ପାଠପଢ଼ା ସହ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ରମନ୍ତ୍ରୀ। 

ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ବର୍ତ୍ତମାନ ପୂରଣ ହୋଇଛି। ତେବେ ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।