ଭୁବନେଶ୍ୱର, କରୋନା ସଂକ୍ରମଣ ପାଇଁ ଦୀର୍ଘ ୯ ମାସଧରି ସ୍କୁଲ ବନ୍ଦ ରହିଥିଲା । ଯେଉଁ କାରଣରୁ ପିଲାଙ୍କ ପାଠ ପଢ଼ା ଚଳିତ ବର୍ଷ ବ୍ୟାଘାତ ହେଇଛି । ତେବେ ଜାନୁଆରୀ ୮ରୁ ସ୍କୁଲ ଖୋଲିବା ପରେ ଛୁଟି ଦିନରେ ମଧ୍ୟ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ସ୍କୁଲ ଖୋଲିବା ପରେ ଆଜି ରବିବାରରେ ମଧ୍ୟ ପୂର୍ବ ଭଳି ପାଠପଢ଼ା କାର୍ଯ୍ୟ ଜାରି ରହିଛି । ସ୍କୁଲ ମାନଙ୍କରେ ଠିକ ଭାବରେ ଏସଓପି ପାଳନ କରାଯାଉଛି କି ନାହିଁ ଏନେଇ ତଦାରଖ କରୁଛନ୍ତି ଜିଲ୍ଲା ଏବଂ ବ୍ଳକ ଶିକ୍ଷା ଅଧିକାରୀ । ଏଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଛାତ୍ରଛାତ୍ରୀମାନେ ସ୍କୁଲରେ ସାମାଜିକ ଦୂରତା ରକ୍ଷା କରିବା ସହ, ସାନିଟାଇଜର, ମାସ୍କ ବ୍ୟବହାର ଠିକ ଭାବେ କରୁଛନ୍ତି କି ନାହିଁ ତଦାରଖ କରୁଛି ଟିମ । ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ କହିବା ଅନୁସାରେ ୧୦୦ ଦିନରେ ପାଠପଢ଼ା କାର୍ଯ୍ୟ ସମାପ୍ତ କରିବା ପାଇଁ ହେଲେ ଶନିବାର ଓ ରବିବାରରେ ପାଠପଢ଼ା କାର୍ଯ୍ୟ ଜାରି ରହିବ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ