You are currently viewing ଜୁଆର ମାଡ଼ରେ ଭାଙ୍ଗିଯାଇଛି ବେଳାମାର୍ଗର ସୁରକ୍ଷା ପ୍ରାଚୀର

ଜୁଆର ମାଡ଼ରେ ଭାଙ୍ଗିଯାଇଛି ବେଳାମାର୍ଗର ସୁରକ୍ଷା ପ୍ରାଚୀର

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୪/୦୯, ପୁରୀ କୋଣାର୍କ ଗତ ରବିବାର ଜୁଆର ମାଡ଼ରେ ଭାଙ୍ଗିଯାଇଛି ବେଳାମାର୍ଗର ସୁରକ୍ଷା ପ୍ରାଚୀର। ଆଜିକୁ ତିନି ଦିନ ହେଲା ବେଳାମାର୍ଗକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନର ସବୁ ଚେଷ୍ଟା ବିଫଳ ହୋଇଛି। ଗତ ଦୁଇ ଦିନ ହେଲା ଏନଏଚ ପକ୍ଷରୁ ଅସ୍ଥାୟୀ ସୁରକ୍ଷା ବାଡ଼ ନିର୍ମାଣ ପାଇଁ ତିନୋଟି ମେସିନ, ଦୁଇ ହଜାର ବାଲିବସ୍ତା, ୧୦୦ରୁ ଅଧିକ ଶ୍ରମିକ ଅକ୍ଲାନ୍ତ ପରିଶ୍ରମ କରୁଥିଲେ ମଧ୍ୟ ସବୁ କିଛି ବୃଥା ପାଲଟିଛି।
ସମୁଦ୍ର ଦାଉରୁ ବଲ୍ହା ଓ ବାଲି ବସ୍ତା ସୁରକ୍ଷା ଦେଇପାରୁନି I ଫଳରେ ବେଳାମାର୍ଗର ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।