You are currently viewing ୨୪ରୁ ପ୍ରବଳ ବର୍ଷା

୨୪ରୁ ପ୍ରବଳ ବର୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୩/୧୦, ଆଜି ଅବପାତର ରୂପ ନେବ ଲଘୁଚାପ ବର୍ଷା । ପାଣିପାଗ ବିଭାଗର ଆକଳନ ଅନୁସାରେ ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା । ଆକଳନ ଅନୁସାରେ ଓଡିଶା ଉପକୂଳରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହି ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ ବାତ୍ୟା । ୨୪ ତାରିଖ ସକାଳେ ସୃଷ୍ଟି ହୋଇପାରେ ବର୍ଷା । ୨୫ ତାରିଖ ଅପରାହ୍ନରେ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବନୁମାନ କରାଯାଉଛି । ଓଡିଶାରେ ଏହାର ବିଶେଷ ପ୍ରଭାବ ନଥିଲେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ବାତ୍ୟାର ପ୍ରଭାବ ଓଡିଶାକୁ ବିଶେଷ ନଥିବାରୁ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଅନ୍ୟମାନଙ୍କୁ ଜଣାନ୍ତୁ।